ଭୟଙ୍କର ବିସ୍ଫୋରଣ: ୨ ଶିଶୁ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ଗ୍ରାମରେ ଭୟଙ୍କର ବିସ୍ଫୋରଣ। ଜାଗର ପାଇଁ ଠାକୁର ଘରେ ଥିବା ବାଣ ବିସ୍ପୋରଣ ୨ ଶିଶୁ ଗୁରୁତର ଜଣେ ସାମାନ୍ଯ ଆହତ ହୋଇଛନ୍ତି। ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି। ଗୁରୁତର ମାନଙ୍କୁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ତେବେ ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁରୁବାର ମଧ୍ଯାହ୍ନରେ ଏହି ଘଟଣା ଘଟିଛି।

ତାପସ ମଙ୍ଗରାଜଙ୍କ ଭଣଜା ଭାଣାଜି ମାମୁ ଘରକୁ ବୁଲି ଆସିଥିଲେ। ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ। ପିଲାମାନେ ଠାକୁର ଘରେ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ, ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ସାହିତ୍ୟ ସାଇଣ୍ଟିଫିକ ଟିମ ପହଞି ତଦନ୍ତ ଚଳାଇଛି।