ନେମାଳ ବୋମା ବିସ୍ଫୋରଣ ଘଟଣା, ୬ ଗିରଫ

 ସାଲେପୁର  : ସାଲେପୁର, ୩ ।୬ : ନେମାଳ ବୋମା ବିସ୍ଫୋରଣ ଘଟଣାର ଆଜି ପର୍ଦ୍ଦାଫାସ କରିଛି ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ । ଏହି ଘଟଣାରେ ଦାଦାବଟି ଆଦାୟ କରିବାପାଇଁ ବୋମା ପ୍ରସ୍ତୁତ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ଓ ଏହି ଘଟଣାରେ ଜଣକର ମୃତୁ୍ୟବରଣ ଘଟିଥିବାବେଳେ ପୁଲିସ ଏଥି ସଂପୃକ୍ତ ଥିବା ଅନ୍ୟ ୬ଜଣକୁ ଗିରଫ କରିଛି  । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ, ବନ୍ଧୁକ, ଖଣ୍ଡା ଓ ୩ଗୋଟି ମୋଟରସାଇକେଲ୍ ଜବତ କରିଥିବା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍.ପି. ପ୍ରଦୀପ୍ତ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୁଲିସ ଏହି ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ ପାଇଁ  ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ସାଲେପୁର ଏସ୍ଡିପିଓ ବିରଞ୍ଚôନାରାୟଣ ପତିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି ପୁଲିସ  । ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ମିର୍ଜା ଆକବର ବେଗ୍ ଓରଫ୍ ଦୁଃଖା ବୋମା ବିସ୍ଫୋରଣରେ ମୃତୁ୍ୟ ବରଣ କରିଥିଲା ।  କୁସୁମଣ୍ଡଳ ଗୋପିନାଥପୁରର ଦୋକାନ ମାଲିକ ମିର୍ଜା ଫୈଜଲ ବେଗ(୨୮), କୁଜଙ୍ଗ ଥାନା ଅଞ୍ଚଳର ନିଆଜ ଖାଁ(୪୮), ନାହାଳପୁର ଗ୍ରାମର ମିର୍ଜା ହକିମ୍ ବେଗ, ସେକ୍ ମତଲୁବ ଅଲ୍ଲି, ରାମେଶ୍ୱରପୁରର ଦେବେନ୍ଦ୍ର ଚୌଧୁରୀ ଓରଫ୍ ଲିପୁ ଓ କୁସୁମଣ୍ଡଳର ମିର୍ଜା ଜାହିଦ ବେକଗ(୭୬)ଙ୍କୁ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୧୨ଟି ଜୀବନ୍ତ ବୋମା, ପ୍ରାୟ ୨କେଜି ବିସ୍ଫୋରକ ସାମଗ୍ରୀ ସହ ବେଆଇନ୍ ଅସ୍ତ୍ରଶସ୍ତ୍ର, ଗୋଟିଏ ଖଣ୍ଡା, ଗନ୍ ପାଉଡର ଜବତ କରିଛି ।