ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତୁ୍ୟ
ସାଲେପୁର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ତିଳୋତ୍ତମା । ୨ଦିନ ତଳେ ପାରିବାରିକ ଅଶାନ୍ତି କାରଣରୁ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନିଆଁରେ ଶତକଡ଼ା ୬୦ଭାଗ ପୋଡ଼ି ହୋଇ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ତିଳୋତ୍ତମାର ଗତକାଲି ରାତିରେ ମୃତୁ୍ୟ ହୋଇଥିବା ଜଣାଯାଇଛି । ଖବର ପାଇ ସାଲେପୁର ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣଯାଇଛି । ଖବରରୁ ପ୍ରକାଶ ଯେ, ଗତ ମଙ୍ଗଳବାର ସକାଳେ ପାରିବାରିକ ଅଶାନ୍ତି କାରଣରୁ ସାଲେପୁର ଥାନା ଅନ୍ତର୍ଗତ ସିଢ଼ୋ ପଞ୍ଚାୟତ ଅଧିନ କଙ୍କରାଇଲୋ ଗ୍ରାମର ତିଳୋତ୍ତମା ରାଉତ ନିଜ ଦେହରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକେ ତିଳୋତ୍ତମାକୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏସ୍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତିଳୋତ୍ତମାର ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ପୁଲିସ ମେଡ଼ିକାଲରେ ପହଞ୍ଚô ଶବଟିକୁ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି । ଅପର ପକ୍ଷରେ ତିଳୋତ୍ତମା ଆତ୍ମାହୁତି କରିବା ଘଟଣାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିବାବେଳେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନିରପେକ୍ଷତାରେ ତଦନ୍ତ କଲେ ପ୍ରକୃତ ସତ୍ୟପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।