ଲୁଟ୍ ଘଟଣା, ଜଣେ ଗିରଫ 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରଜା ସାହିର ଆତ୍ମା ପ୍ରକାଶ ପଣ୍ଡାଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟେରା ମାନେ ଘରର ବାରିପଟ କବାଟ ତାଲା ଭାଙ୍ଗି ଲୁଟ୍ କରିଥିଲେ । ଲୁଟ୍ ଘଟଣା ନେଇ ଶୁକ୍ରବାର ସନ୍ଧ୍ୟାରେ ଆତ୍ମା ପ୍ରକାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।  ଶୁକ୍ରବାର ପୁଲିସ୍   ହିଞ୍ଜିଳିକାଟୁ   ପୌରପରିଷଦ ଲକ୍ଷ୍ମୀ ବଜାର ସାହିର ମନୋଜ ଦାସ (୨୮)କୁ ଗିରଫ  ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଚୋରୀ ହୋଇଥିବା ପିତଳ କଂସା ବାସନ ସହ କିଛି ସାମଗ୍ରୀକୁ ପୁଲିସ ଘର ପଛପଟ ପୋଖରୀ ନିକଟରୁ ପରିତ୍ୟକ୍ତ ଘରୁ ଉଦ୍ଧାର କରିଥିଲା ।