୨ ପରିବାର ହାତାହାତି, ୩ ଆହତ
ହିଞ୍ଜିଳିକାଟୁ: ଏକ ଗଣ୍ଡଗୋଳ ମାମଲାରେ ସାକ୍ଷ୍ୟ ପ୍ରଦାନକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି । ଉଭୟ ପରିବାରଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପରିବାରର ୩ ଜଣ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ ଘଟିଛି । ଆହତ ମାନେ ହେଲେ ସୌରେନ୍ଦ୍ରୀ ସାହୁ , ସ୍ୱାମୀ ଶଙ୍କର ସାହୁ ଓ ଅପର ପରିବାରର ପର୍ଶୁରାମ ସାହୁ । ଘଟଣା ନେଇ ଉଭୟ ପରିବାରଙ୍କ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ପୁଲିସ ୨ଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
ପୁଲିସ ସୂଚନା ଅନୁସାରେ, ହିଞ୍ଜିଳି ଥାନା ପିତଳ ଗ୍ରାମର ପର୍ଶୁରାମ ସାହୁଙ୍କ ସହ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ଏକ ଗଣ୍ଡଗୋଳ ମାମଲା ରହିଛି । ସଂପୃକ୍ତ ମାମଲାରେ ଶଙ୍କର ସାହୁ ସାକ୍ଷୀ ରହିଥିଲେ । ଗତ କିଛି ଦିନ ପୂର୍ବେ ସଂପୃକ୍ତ ମାମଲାରେ ଶଙ୍କର ସାକ୍ଷ୍ୟ ପ୍ରଦାନ କରିବାକୁ କୋର୍ଟକୁ ଯାଇଥିଲେ । ମଙ୍ଗଳବାର ଅପରାହ୍ନରେ ଶଙ୍କରଙ୍କ ସ୍ତ୍ରୀ ସୌରେନ୍ଦ୍ରୀ ଘର ବାରଣ୍ଡାରେ ବସିଥିବା ବେଳେ ପର୍ଶୁରାମଙ୍କ ସମେତ ତାଙ୍କର ୨ ପୁଅ ଜୟ ସାହୁ ଓ ବାବୁ ସାହୁ ଶଙ୍କରଙ୍କ ଘର ସମ୍ମୁଖରେ ପହଞ୍ଚି କୋର୍ଟରେ କାହିଁକି ସାକ୍ଷ୍ୟ ପ୍ରଦାନ କରିବାକୁ ଗଲ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଘର ବାହାରେ ପାଟି ଶୁଣି ଶଙ୍କର ବାହାରକୁ ଆସି ପ୍ରତିବାଦ କରିବାରୁ ପର୍ଶୁରାମଙ୍କ ସହ । ତାଙ୍କର ୨ ପୁଅ ମିଶି ଶଙ୍କର ଓ ସ୍ତ୍ରୀ ସୌରେନ୍ଦ୍ରୀଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ଯଦି ପୁର୍ନବାର କେବେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାକୁ ଗଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ଆକ୍ରମଣରେ ଉଭୟ ସ୍ୱାମୀ-ସ୍ତ୍ରୀ ଆହତ ହୋଇ ତଳେ ପଡିଯିବାରୁ ଆକ୍ରମଣକାରୀ ବାପା ଓ ୨ ପୁଅ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଚିକିସôିତ ପରେ ଘଟଣା ନେଇ ସୌରେନ୍ଦ୍ରୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର -୩୯୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ପର୍ଶୁରାମ ଗ୍ରାମ ଛକରେ ଚାହା ପିଉଥିବା ସମୟରେ ଶଙ୍କର ଓ ତାଙ୍କ ପୁଅ ଦେବାଶିଷ ସାହୁ ମିଶି ମୁଥ ମାରିବା ସହ ନିକଟରେ ଥିବା ଏକ ଇଟାଗଦାକୁ ଠେଲି ଦେବାରୁ ସେ ଆହତ ହୋଇଥିଲେ ବୋଲି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର -୩୯୨/୨୫ ରେ ଆଉ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।