ପଙ୍କପାଳ ଘାଟ-୧ରେ ପହଞ୍ଚିଲା ଲଞ୍ଚ; ବାଲି ଲୁଟ୍ ପାଇଁ ମସୁଧା


ାା ପ୍ରଭାନୁ୍ୟଜ ।ା ଯଖପୁରା : ବାଲି ମାଫିଆଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେନେ ତେନ ଉପାୟରେ ବାଲି ଲୁଟିବା ପାଇଁ ଅଭିନବ ଉପାୟ ଆପଣାଉ ଥିବାର ଦେଖିବାକୁ ମିଳୁଛି । କିଛି ଦିନ ନୀରବ ରହିବା ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ସୂଚନା ଥାଉ କି ଦାନଗଦୀ ତହସିଲ୍ ଓ ମାନତୀରା ଆରଆଇ ସର୍କଲରେ ଥିବା ପଙ୍କପାଳରେ ଦୁଇଟି ବାଲିଘାଟ ରହିଛି । ବାଲିଘାଟ-୧ରୁ ଦିଲ୍ଲୀପ ସାହୁ ନାମକ ଲିଜଧାରୀ ବାଲି ଉତ୍ତୋଳନ ପାଇଁ ଆଦେଶ ପାଇଛନ୍ତି । ମାତ୍ର ବାଲି ଉଠେଇବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ଲିଜ ଧାରୀଙ୍କ ନିକଟରେ ନାହିଁ । ପୁଣି କହିବା ବାହୁଲ୍ୟ ପଙ୍କପାଳ ବାଲି ଘାଟର କିସମ କୃଷି ଭିତିକ ଘାଟ । ନିୟମ ଅନୁଯାୟୀ ଘାଟରେ ବଡ଼ବଡ଼ ହାଇୱା ଦ୍ୱାରା ବାଲି ଉଠାଣ କରାଯାଉଛି । ତାହା ପୁଣି ବାଲି ଉଠାଣ ପାଇଁ ନିର୍ଘଣ୍ଟ ହୋଇଥିବା ସମୟ ବାହାରେ । ଦିନ ଦ୍ୱିପହରରେ ବାଲି ଉଠାଉଥିବାର ଅଭିଯୋଗ ଲିଜଧାରୀଙ୍କ ନାମରେ ରହିଛି । ଏମିତିକି ଅତିତରେ ଲଘୁ ଖଣିଜ ବିଭାଗର ଅଧିକାରୀ ବାଲି ଉଠାଣରେ ବ୍ୟବହୃତ ହିଟାଚି ମେସିନ ଓ ବାଲି ନେଇ ଯାଉଥିବା ହାଇୱାକୁ ଜବତ କରିଥିବାର ନଜିର ରହିଛି । ଏତେ ସତ୍ତ୍ୱେ ମଧ୍ୟ ପଙ୍କପାଳ ବାଲିଘାଟ-୧ରୁ ବାଲି ଉଠାଇବା ପାଇଁ ଲିଜ ପାଇଥିବା ଠିକାଦାର କେଉଁ ସାହାସରେ ବାଲି ଘାଟରେ ଲଂଚ ପକାଇ ବାଲି ଉଠାଇବାକୁ ମସୁଧା କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଯେଉଁ ଘାଟରେ ହାଇୱାରେ ବାଲି ଉଠାଣ ପାଇଁ ଅନୁମତି ନାହିଁ ସେ କ୍ଷେତ୍ରରେ ଲଂଚ ମାଧ୍ୟମରେ ଗଭୀର ନଦୀ ମଧ୍ୟରୁ ବାଲି ଉତ୍ତୋଳନ ପାଇଁ କିଏ ନିଦେ୍ର୍ଦଶ ଦେଇଛି ବୋଲି ଅଭିଯୋଗ ହୋଇଛି । ବାଲିଘାଟ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ ରହିଛି । ଲଂଚ ମାଧ୍ୟମରେ ଗଭୀର ନଦୀରୁ ବାଲି ଉତ୍ତୋଳନ କରାଗଲେ ବ୍ରାହ୍ମଣୀ ବ୍ରିଜପ୍ରତି ବିପଦ ରହିଛି । ଯଦି ଭବିଷ୍ୟତରେ ବ୍ରିଜ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବା ସେଥିପ୍ରତି କିଏ ଦାୟୀ ରହିବ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ଘାଟରୁ ବାଲି ଉତ୍ତୋଳନ ଅତୀତରେ ପୁଣି ବାଲିଘାଟ-୧ର ଲିଜ୍ ଧାରୀ ନିଜ ବାଲିଘାଟ ସୀମା ଉଲଂଘନ କରି ବାଲି ଉଠାଇବାର ଅଭିଯୋଗ ରହିଥିଲା । ତାସତ୍ତ୍ୱେ୍ୱ ବାଲିଘାଟ ୧ ର ଠିକାଦାର ଦାଦାଗିରି କରୁଥିବାର ନଜିର ରହିଛି । ସ୍ଥାନୀୟ ନେତାଙ୍କୁ ହାତ ବାରିସି କରି ବାଲିଘାଟ-୨ର ପରିସୀମାରୁ ବାଲି ଉତ୍ତୋଳନ କରୁଥିବାର ଅଭିଯୋଗ ରହିଥିଲା । ତେବେ ଲଘୁ ଖଣିଜ ବିଭାଗର ଅଧିକାରୀ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।