ଚେନ୍ ଲୁଟେରାଙ୍କ ପାଇଁ ଜୀବନ ଚାଲିଗଲା : ଆଇସିୟୁରେ ମହିଳାଙ୍କ ମୃତ୍ୟୁ

ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ। ଲୁଟର ଶିକାର ହୋଇଥିବା ମହିଳାଙ୍କ ଓଉଟ ରେ ମୃତ୍ୟୁ । ହତ୍ୟା ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତ୍ତି। ବାଇକ୍‌ରେ ସ୍ବାମୀ ସ୍ତ୍ରୀ ଯାଉଥିଲେ ମନ୍ଦିର । ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ମୋଟା ଚେନ କାରଣରୁ ପ୍ରଥମେ ଚେନ ନେଇପାରିନଥିଲେ ଲୁଟେରା ।  ମାତ୍ର ଲୁଟେରା ଝାମ୍ପିବା ଫଳରେ ବାଇକରୁ ଖସି ପଡିଥିଲେ ସ୍ତ୍ରୀ ବିଷ୍ଣୁ ପାତ୍ର । ପରେ ଲୁଟେରାମାନେ ଉକ୍ତ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ସମସ୍ତ ସୁନା ଅଳଙ୍କାର ଲୁଟି ଚାଲିଯାଇଥିଲେ । ଚଳନ୍ତା ବାଇକରୁ ପଡି ଏବଂ ଲୁଟେରାଙ୍କ ଆକ୍ରମଣ ଯୋଗୁଁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିଷ୍ଣୁ ପାତ୍ର । ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମାମଲାକୁ ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।