ବାତ୍ୟା ଆକଳନ କରାଯାଇନି

ବାତ୍ୟା ଆକଳନ କରାଯାଇନି

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହୋଇ ଉତ୍ତର ପୂର୍ବ ଦିଗକୁ ଗତି କରିପାରେ । ୨୪ ତାରିଖ ପାଖାପାଖି ଅବପାତର ରୂପ ନେଇପାରେ । ତେବେ ଏଯାବତ ବାତ୍ୟାନେଇ କୌଣସି ଆକଳନ କରାଯାଇନାହିଁ ବୋଲି କହି ଭୟଭୀତ ନହେବାକୁୁ  ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶିକା ମନୋରମା ମହାନ୍ତି କହିଛନ୍ତି ।