ସୁଭଦ୍ରାଙ୍କୁ କୁକର୍ମ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ତାଳଚେର : ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ସୁଭଦ୍ରା ନାମୀ ଯୁବତୀ ଭୂବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨୬ରେ ଘରୁ ଆସି ତାଳଚେରରୋଡ ଷ୍ଟେସନରୁ କେଉଁଆଡ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦଶଦିନ ପରେ ଉକ୍ତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମରଶରୀର ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରଣୀ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଥିଲା । ସୁଭଦ୍ରାକୁ ଗଣଦୁଷ୍ମର୍ମ ପରେ ପ୍ରମାଣ ନଷ୍ଟ କରିବା ନେଇ ପୋଡାଜଳ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଗୁରୁବାର ମା’ସେବକ ସଂଘ ପକ୍ଷରୁ ପିଡୀତାଙ୍କ ପରିବାର ଓ ଅଲ୍ ଓଡିଶା ହୁ୍ୟମାନ୍ରାଇଟସ୍ ସଭାପତି ଡଃ ଦେବେନ୍ଦ୍ର ସିଂହ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଶତାଧିକ ପୁରୁଷ ମହିଳାଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ତାଳଚେର ଉପ-ଜିଲ୍ଳାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହିତ ସୁଭଦ୍ରାଙ୍କ ସହ ଯାହା ଘଟିଛି ସେହିଭଳି ହୃଦୟବିଦାରକ ଓ ଲୋମଟାଙ୍କୁରା ଅଘଟଣ କେଉଁ ନାରୀ ସହିତ ନଘଟୁ ବୋଲି ହୁ୍ୟମାନ୍ରାଇଟସ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ପିଡୀତାଙ୍କ ପରିବାରକୁ ଉଚ୍ଚିତ ନ୍ୟାୟ ମିଳିବା ସହିତ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ପିଡୀତାଙ୍କ ପରିବାର ବର୍ଗଙ୍କୁ ୫୦ଲକ୍ଷଟଙ୍କା ସହାୟତା ରାଶି ସହିତ ଏକ ଇନ୍ଦିରା ଆବାସ ଗୃହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀ ପ୍ରଦାନ କରାଯାଇଛି ।
ଏଥିସହିତ ପିଡୀତା ସୁଭଦ୍ରାଙ୍କ ପରିବାରରୁ ଏବେ ବିଭିନ୍ନ ସଂଗଠନ ଓ ନେତାମାନେ ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମକୁ ଯାଇ ଶୋକାକୂଳ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ଦୋଷୀ ବିରୁଧରେ ଦୃଢ ÿକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ୍ ସଭାପତି ସସ୍ମିତା ବେହେରା, ପୂର୍ବତନ ଢେଙ୍କାନଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲହଡା ବିଧାୟକ ଅଶୋକ ମହାନ୍ତି, ବିଧାୟକ ବ୍ରଜ କିଶୋର ପ୍ରଧାନ, ଜନବିକାଶ କଲ୍ୟାଣ ସଂଘ ସଭାପତି ଭୂପେନ ଥମ୍ବ ପ୍ରମୁଖ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ପଂହଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଘଟଣା ଦୀର୍ଘ ୫୦ବର୍ଷ ମଧ୍ୟରେ ଏଠାରେ କେବେ ଘଟିନଥିଲା । ବର୍ତମାନ ସାରା ଓଡିଶାରେ ସମସ୍ତଙ୍କୁ ମୁହଁରେ ସେହି ଗୋଟିଏ କଥା ରାଜ୍ୟ ସରକାର ନାରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ଓ ସ୍ୱାବଲମ୍ବି କରିବାକୁ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିବା ବେଳେ ଅପରପକ୍ଷେ ସୁଭଦ୍ରା ନାମୀ ଯୁବତୀଙ୍କୁ ଅମାନୁସିକ ଭାବେ ଗଣଧର୍ଷଣ କରାଯାଇ ପୋଡାଜଳା କରି ହତ୍ୟା କରିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୀର୍ଦ୍ଧଦିନ ବିତିଯାଇଥିଲେବି ପୁଲିସ କାହାକୁ ଗିରପ ନକରିବା ପୁଲିସର ବିଫଳତାକୁ ପଦାରେ ପକାଇଛି ବୋଲି ମତ ରଖିଛନ୍ତି ।