ଘୁଞ୍ଚିଲା ଏଲ୍‌ଟିଆର୍‌ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତ ହେବେ ଲିଭ୍‌ ଟ୍ରେନିଂ ରିଜର୍ଭ (ଏଲ୍‌ଟିଆର୍‌) ଶିକ୍ଷକ। ଏଥିପାଇଁ ଆଜିଠୁ ହେବାକୁ ଥିବା ଆବେଦନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଏସ୍‌ଏସ୍‌ବି) ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୨ ତାରିଖରେ ଏଲ୍‌ଟିଆର ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ୩୦ ତାରିଖରୁ ଏହି ପଦବି ପାଇଁ ପଞ୍ଜିକରଣ ଆରମ୍ଭ ହେବାର ଥିଲା। ନଭେମ୍ବର ୨୯ ଯାଏ ଆବେଦନ ସୁଯୋଗ ରହିବ। ଆବେଦନ ପ୍ରକ୍ରିୟା ୩୦ ତାରିଖରୁ ଡିସେମ୍ବର ୨ ତାରିଖ ଯାଏ ଚାଲିବ। ଡିସେମ୍ବର ୪ ତାରିଖ ଯାଏ ଆବେଦନ ସଂଶୋଧନର ସୁଯୋଗ ମିଳିବ । ଏପରି ଏକ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏହି ବିଜ୍ଞପ୍ତିରେ ପରିବର୍ତ୍ତନ କରାଯାଇଛି।