ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦ୍ଘାଟିତ

 ଭୁବନେଶ୍ୱର : ପାହାଳ ସ୍ଥିତ ପାଲହାଇଟ୍ ମନ୍ତ୍ରଠାରେ କଟକଶାଖା ଦ୍ୱାରା ପରିଚାଳିତ ଦୁଇଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ‘ନବ ପ୍ରବର୍ତ୍ତନ’ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତଅତିଥି ଭାବେ ଏମ୍ସିଏଲର ବିତ୍ତ ପରିଚାଳକ ଅଜିତ୍ ବେହୁରା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ପରିଷଦର ମୁଖ୍ୟାଧିଶ ସିଏ ଚରଣ ଯୋତସିଂ ନନ୍ଦ, ସମ୍ମିଳନୀ ସଭାପତି ସିଏ ମଙ୍ଗେଶ୍ ପଣ୍ଡୁରାଙ୍ଗ୍ କିନାରେ, କାର୍ଯ୍ୟକ୍ରମର ପରିଚାଳକ ସିଏ ସଞ୍ଜୀବ ସାଙ୍ଘି, ଚାଟାର୍ଡ ଆକାଉଣ୍ଟାଣ୍ଟ ପୂର୍ବାଞ୍ଚଳ ପରିଷଦ ସଭାପତି ସିଏ ବିଷ୍ଣୁ କୁମାର ତୁଳସ୍ୟାନ୍, ପରିଚାଳନା କମିଟିର ସଭାପତି ସିଏ ପବନ କୁମାର ଉଦୟପୂରିଆ, କଟକ ଶାଖାର ସଭାପତି ସିଏ ବିଜନ ସାହୁ ଓ କଟକ ଶାଖାର ସମ୍ପାଦକ ମିର୍ଜା ମୁସ୍ତାକ ବେଗ୍ ପ୍ରମୁଖ ମଞ୍ଚାସୀନ ଥିଲେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନରେ ଷ୍ଟାର୍ଟଅଫ୍, ଅଡିଟ୍, ପରୋକ୍ଷ କର, ପ୍ରତ୍ୟକ୍ଷ କର, କର୍ପୋରେଟ ଆଇନ, କୃତ୍ରିମ୍ ବୋଧଶକ୍ତି ଓ ରେରା ଆଇନ ଉପରେ ଆଲୋଚନା ହେବ । ଆଜି ଏହି କାର୍ଯ୍ୟକ୍ରମରେ ଓଡିଶା ଓ ବାହାର ରାଜ୍ୟର ପ୍ରାୟ ୬୦୦ ସିଏ ଯୋଗଦେଇଛନ୍ତି ବୋଲି ଏହି ସମିଳନୀର ଲୋକସମ୍ପର୍କ ଅଧିକାରୀ ସିଏ ପ୍ରଶାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।