୨ ପରିବାର ମଧ୍ୟରେ ଗଣ୍ଡଗୋଳ, ୪ ଗିରଫ 

 ବୁଗୁଡା:  ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଢେଉକା ଗ୍ରାମରେ ଦୁଇ ପରିବାର ମଧ୍ୟରେ ବିବାଦ ଘଟଣାରେ ୨ଟି ମାମଲା ରୁଜୁ ସହ ୪ ଜଣ ଗିରଫ ହୋଇଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି । ଗିରଫମାନେ ହେଲେ ବିକାଶ ରାଉତ (୨୪), ନାରାୟଣ ସାହୁ (୪୧),  ପାଣୁ ରାଉତ (୬୦) ଓ ମହେନ୍ଦ୍ର ରାଉତ (୩୩) । ପ୍ରକାଶ ଯେ, ଗତ ୧୧ତାରିଖ ରାତିରେ ମହେନ୍ଦ୍ରଙ୍କ ଘର ଭିତରକୁ ବିକାଶ ଓ ନାରାୟଣ ପଶି ଆସି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଗଳାଧକ୍କା ମାରି ତଳେ ପକାଇ ମାରିବାକୁ ଉଦ୍ୟମ କରିଥିଲେ ଏବଂ ତାଙ୍କର ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଚୁଟି ଘୋଷାରି ଖରାପ ବ୍ୟବହାର ଦେଖାଇଥିଲେ । ଉଭୟଙ୍କ ଚିକôାର ଶୁଣି ଗାଁ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ମହେନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୫୨୪/୨୫ରେ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ସେହି ଦିନ ରାତିରେ ପାଣୁ ଓ ମହେନ୍ଦ୍ର ମଧ୍ୟ ବିକାଶଙ୍କ ଘରକୁ ପଶି ଆସି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ମାଡ ମାରିବା ସହ ଅସଦାଚରଣ କରିଥିବା ନେଇ ତାଙ୍କ ପନôୀ ଜୟା ମହାରଣାଙ୍କ ପାଲଟା ଅଭିଯୋଗକ୍ରମେ ପୁଲିସ କେସ୍ ନଂ ୫୨୫/୨୫ ଏକ ମାମଲା ରୁଜୁ କରିଥିଲା । ଉଭୟ ଅଭିଯୋଗର ତଦନ୍ତ ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡିଙ୍କ ଦ୍ୱାରା ହୋଇ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।