ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ଆରାଧନା

ଅକ୍ଷୟ କୁମାର ରାଉତ : ଭାରତୀୟ ଋତୁଚକ୍ରରେ ଶରତର ସ୍ଥାନ ତୃତୀୟ । କାସତଣ୍ଡିର ହସ , ଧବଳ ଜ୍ୟୋସ୍ନାର ପ୍ରକାଶ , ସବୁଜ ଶସ୍ୟଶ୍ରୀର ସରସ ମାଧୁରୀ ଘେନି ବସୁନ୍ଧରା ଯେତେ ବେଳେ ଶରତ ସ୍ୱଛ ଜଳ ଦର୍ପଣ ରେ ନିର୍ମଳ ଚନ୍ଦ୍ର ମଣ୍ଡଳର ବିମଳ ପ୍ରତିବିମ୍ବ ଅବଲୋଚନ କରନ୍ତି , ସେତେ ବେଳେ ସେହି ଆଶ୍ୱିନ ମାସ ଶୁକ୍ଳପକ୍ଷରେ ଭାରତବର୍ଷର ପ୍ରତି ପୁରପଲ୍ଲୀ , ନଗର ଓ ଜନପଦରେ ଶାରଦୀୟ ଦଶହରା ଉସôବ ମହା ସମାରେହରେ ଅନୁଷ୍ଠିତ ହୁଏ । ଆଦ୍ୟାଶକ୍ତି ଦେବୀ ଦୁର୍ଗାଙ୍କର ଆରାଧନା ଏହି ତିଥିରେ କରାଯାଉଥିବାରୁ ଏହାର ଅନ୍ୟନାମ ଦୁର୍ଗାପୂଜା । ଆମ୍ଭେ ମାନେ ତିନୋଟି ଦଶହରା ପାଳନ କରୁଥାଉ । ଜ୍ୟେଷ୍ଠମାସ ଶୁକ୍ଳ ଦଶମୀ ଦିନ ଗଙ୍ଗା ଜୟନ୍ତୀ (ଗଙ୍ଗା ଦଶହରା), ବସନ୍ତ ଋତୁ ରେ ବାସନ୍ତୀୟ ଦୁର୍ଗାପୂଜା ବା ବାସନ୍ତୀ ଦଶହରା , ଏହି ବାସନ୍ତୀୟ ଦୁର୍ଗାପୂଜା ଠାରୁ ଶାରଦୀୟ ଦୁର୍ଗା ପୂଜାର ପ୍ରସାର ଅଧିକ ପରିଲକ୍ଷିତ ହୁଏ । ଆର୍ଯ୍ୟମାନଙ୍କର ଏହି ବିଜୟ ପର୍ବ ଅନାଦିକାଳରୁ ଜନତାଙ୍କ ମଧ୍ୟରେ ଶକ୍ତି ଆରାଧନାର ପ୍ରେରଣା ପ୍ରଦାନ କରି ଆସୁଛି । ଏହି ଶକ୍ତି ଆରାଧାନରା କେତେ ଗୁଡ଼ିଏ ପୌରାଣିକ କାହାଣୀ ରହିଛି । ମହିଷାସୁର ରାକ୍ଷାସର ଅତ୍ୟାଚାରରେ ଇହଲୋକ ଓ ଦେବଲୋକ ତ୍ରାହି ତ୍ରାହି ଡ଼ାକ ଛାଡ଼ିଲେ । ଜଗତର ମଙ୍ଗଳ ନିମନ୍ତେ ବ୍ରହ୍ମା , ବିଷ୍ଣୁ ଓ ଶିବଙ୍କର କ୍ରୋଧାଗ୍ନିରୁ ଏକ ତେଜସ୍ୱିନୀ ଶକ୍ତିର ଆବିର୍ଭାବ ହେଲା । ସେହି ଶକ୍ତି ସ୍ୱରୂପିଣୀ ଦେବୀ ଦେବତାଙ୍କୁ ଦୁର୍ଗତିରୁ ରକ୍ଷା କରୁଥିବାରୁ ସେ ଦୁର୍ଗା ବୋଲାଇଲେ । ନବ ଦିନ ପର୍ଯଁନ୍ତ ଦେବୀ ଅସୁର ସହିତ ସଂଘର୍ଷରତ ରହି ଦଶମୀ ଦିନ ମହିଷାସୁରଙ୍କୁ ବିନାଶ କରି ବିଜୟଲାଭ କରିଥିଲେ । ସେହି ଦିନ ଠାରୁ ଇହଲୋକ ଓ ଦେବଲୋକ ମା ଦୁର୍ଗାଙ୍କର ଆରାଧନା କରୁଛନ୍ତି ।
ଗିରିରାଜ କନ୍ୟା ଉମା ଆଶ୍ୱିନ ମାସ ଶୁକ୍ଳପକ୍ଷରେ ଶିବଙ୍କ ନିବାସ କୈଳାସ ପର୍ବତରୁ ପିତୃଗୃହକୁ ଆଗମନ କରନ୍ତି । ଜଗଜ୍ଜନନୀଙ୍କର ଆଗମନରେ ପ୍ରକୃତି ହସି ଉଠେ । ଧରାବକ୍ଷରେ ଶରତ । ଦିଗେ ଦିଗେ ଶାରଦୀୟ ଶୁଭ୍ର ଶୋଭା ଶରତ ସ୍ୱଛ ସରୋବରର ଢ଼େଉ । ମହାପୂଜାର ଆୟୋଜନ କରନ୍ତି ଧରାବାସୀ । ଦେବୀ ଜଗତବାସୀଙ୍କ ଠାରୁ ପୂଜା ଗ୍ରହଣ କରି ବିଜୟା ଦଶମୀରେ ପିତ୍ରାଳୟକୁ ପ୍ରତ୍ୟାଗମନ କରନ୍ତି । ରାବଣ ନିଧନ ନିମିତ୍ତ ରଘୁକୁଳ ତିଳକ ରାମଚନ୍ଦ୍ର ଦୁର୍ଗାଙ୍କର ଆରାଧନା କରି ଦଶମୀ ତିଥିରେ ବିଜୟ ଲାଭ କରିଥିଲେ । ଏଣୁ ଆଶ୍ୱିନ ଶୁକ୍ଳ ଦଶମୀ “ବିଜୟା ଦଶମୀ’’ ନାମରେ ଖ୍ୟାତ । ଆଶ୍ୱିନ ମାସରେ ରାଜା ସୁରଥ ଦୁର୍ଗାଙ୍କର ଆରାଧନା କରି ରାଜ୍ୟ ଲାଭ କରିଥିଲେ । ଏତଦ୍ ବ୍ୟତୀତ ବିଜୟା ଦଶମୀ ପାଳନର ଆଉ ଦୁଇଟି କାହାଣୀ ମହାଭାରତରେ ବର୍ଣ୍ଣିତ , ଅର୍ଜ୍ଜୁନ ବିରାଟ ରାଜାଙ୍କର ଗୋବସାହରଣ କୁ ପ୍ରତିହତ କରିଥିଲେ କୌରବ ମାନଙ୍କୁ ପରାସ୍ତ କରିବା ଦିନ ଥିଲା ଆଶ୍ୱିନ ଶୁକ୍ଳ ଦଶମୀ । ଏହି ବିଜୟର ସ୍ମୁତିରେ ବିରାଟ ରାଜା ବିଜୟୋସôବର ଆୟୋନ କରିଥିଲେ । ଶ୍ରୀକୃଷ୍ଣଙ୍କ ଉପଦେଶରେ ଅର୍ଜ୍ଜୁନ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଆଶ୍ୱିନ ଶୁକ୍ଳ ଦଶମୀରେ ବିଜୟଲାଭ ନିମିତ ଦୁର୍ଗାଙ୍କର ଆରାଧନା କରିଥିଲେ । ବହୁ ପ୍ରାଚୀନ କାଳରୁ ଷୋଡ଼ଶଦିନାତ୍ମକ ,ଦୁର୍ଗାପୂଜା ଦେବୀପୀଠ ମାନଙ୍କରେ ହୋଇ ଆସୁଅଛି । ଗାଁ ଗହଳି ତଥା ବିଭିନ୍ନ ସହରରେ ଦେବୀ ମନ୍ଦିରରେ ନବଦିବସ ପଚଂଦିବସ ଓ ତ୍ରିଦିବସୀୟ ଦୁର୍ଗାପୂଜାର ପ୍ରଚଳନ ଅଛି । ଦୁର୍ଗାପୂଜା ଅବସରରେ ଦେବୀଙ୍କ ନିକଟରେ ବଳିର ପ୍ରଥା ପ୍ରଚଳନ ଥିଲା । ଜନସଚେତନତା ଫଳରେ ବଳିପ୍ରଥା ପ୍ରାୟ ବନ୍ଦ ହୋଇ ଯାଇଛି । ନବଦିବସ ପୂଜାରେ ୩ ଦିନ ମହାଲକ୍ଷ୍ମୀ , ୩ ଦିନ ମହାକାଳୀ ଓ ୩ ଦିନ ମହାସରସ୍ୱତୀ ରୂପେ ଦୁର୍ଗାଙ୍କର ପୂଜା ହୁଏ , ନବଦିନ “ମା’ ନଅଟି ନାମରେ ପୂଜା ହୋଇଥାଆନ୍ତି , ଯଥା- ଶୈଳପୁତ୍ରୀ , ବ୍ରହ୍ମ୍ମଚାରିଣୀ ,ଚନ୍ଦ୍ରଖଣ୍ଡା , କୁଷ୍ମାଣ୍ଡା , ସ୍କନ୍ଧମାତା , କାତ୍ୟାୟିନୀ , କାଳରାତ୍ରୀ , ମହା ଗୌରୀ ଓ ସିଦ୍ଧିଦାତ୍ରୀ । ଭଗବାନ ଲୀଳା ପୁରୁଷ ହୋଇ ଦଶ ଅବତାର ଧାରଣ କରିଥିଲେ । ସେହିପରି ଈଶ୍ୱର ବା ଶିବଙ୍କର ଦଶଟି ସ୍ୱରୂପ ରହିଛି । ଦଶଭୁଜା ଦୁର୍ଗା ଦଶ ମହାବିଦ୍ୟା ରୂପେ ଦଶଟି ଭୈରବୀ ରୂପେ ପୂଜା ପାଆନ୍ତି । ଶିବ ଓ ଶିବାଙ୍କ ଦଶ ରୂପ ଯଥା- ମହାକାଳ-ମହାକାଳୀ, ତାରକ(ତାରେକଶ୍ୱର)-ତାରା ଦେବୀ , ଭୁବନେଶ୍ୱର- ଭୁବନେଶ୍ୱରୀ , ଷୋଡ଼ଶ ଶ୍ରୀବିଦ୍ୟେଷ-ଷୋଡ଼ଶୀ, ଭୈରବ-ଭୈରବୀ, ଛିନ୍ନମସ୍ତକ-ଛିନ୍ନମସ୍ତା, ଧୂମବର୍ଣ୍ଣ - ଧୂମାବତୀ , ବଗଳମୁଖ-ବଗଳାମୁଖୀ , ମାତଙ୍ଗ-ମାତଙ୍ଗୀ , କମଳ-କମଳା , ଦଶରୂପରେ ଦଶଦୁର୍ଗାଙ୍କୁ ପୂଜା କଲେ ମନୁଷ୍ୟର ଦଶ ଦୋଷ ବା ଦଶପାପ ହରଣ ହୋଇଥାଏ । ଏହି ପାପ ଗୁଡ଼ିକ ହେଉଛି ଚୌର୍ଯ୍ୟ ,ହିଂସା , ପରଦାରାଗମନ , ମିଥ୍ୟାବାଦିତା , କପଟାଚରଣ , ଅପହରଣ ଚିନ୍ତା , ପ୍ରଳାପ , ଲୋଭ , ପରଅନିଷ୍ଠ , ବାକ୍ୟବାଣ ପ୍ରୟୋଗ , ଦଶଦୋଷ ହରଣ ହୁଏ ବୋଲି ଏହି ଉସôବକୁ “ଦଶହରା’’ କହନ୍ତି । ରାଜସ୍ଥାନରେ ରାଜା ,ମହାରାଜା ଓ ଜମିଦାର ମାନେ ସବାରି ପାଲିଙ୍କିରେ ପରିଭ୍ରମଣ କରନ୍ତି । ଏହି ଦିନ ଶସ୍ତ୍ରଧାରୀମାନେ ଅସ୍ତ୍ରଶସ୍ତ୍ର ପୂଜା କରନ୍ତି । ଗୁଜରାଟରେ ନୃତ୍ୟଗୀତ ସହ ଦେବୀପୂଜାର ବ୍ୟବସ୍ଥା ହୋଇଥାଏ , ବହୁସ୍ଥାନରେ ମେଳାର ଅୟୋଜନ ହୋଇଥାଏ । ପଶ୍ଚିମବଙ୍ଗର ଶାରଦୀୟ ଦୁର୍ଗାପୂଜା ଭାରତ ପ୍ରସିଦ୍ଧ । ଓଡ଼ିଶାର ଏକମାତ୍ର ପ୍ରସିଦ୍ଧ ନଗର କଟକରେ ଦଶହରା ପର୍ବ ମହାସମାରୋହରେ ପାଳିତ ହୁଏ । ଗ୍ରାମର ଅଧିବାସୀଗଣ ନିଜ ନିଜର କୁଳବ୍ୟବସାୟର ବିଭିନ୍ନ ଯନ୍ତ୍ରପାତି ଦେବୀଙ୍କ ନିକଟରେ ସ୍ଥାପନ କରନ୍ତି । ଏହାକୁ ସ୍ଥାନୀୟ ଭାଷାରେ ସଜ ବସାଇବା କହନ୍ତି । ବିଜୟା ଦଶମୀ ଦିନ ସଜ ଉଠେ ଏବଂ ଦେବୀଙ୍କ ବିସର୍ଜନ ହୁଏ । ଦଶହରାରେ ଅପରାଜିତାଙ୍କର ପୂଜା ହେତୁ ଏହି ଦଶମୀକୁ କେହି କେହି ଅପରାଜିତା ଦଶମୀ ବୋଲି କହିଥାଆନ୍ତି । ଏହିଦିନ ମଧ୍ୟ ସୋମନାଥ ବ୍ରତ ଅନୁଷ୍ଠିତ ହୁଏ । ବିଜୟାଦଶମୀ ଦିନ ଶମୀବୃକ୍ଷ ପୂଜା ମଧ୍ୟ ହୋଇଥାଏ । ପାଣ୍ଡବମାନେ ବନବାସ ସମୟରେ ଶମୀବୃକ୍ଷ ଗହ୍ୱରରେ ଶସ୍ତ୍ରସମୂହ ରଖିଥିଲେ । ବନବାସ ପୂର୍ଣ୍ଣ ହେବା ପରେ ଶସ୍ତ୍ର ଏହି ବୃକ୍ଷରୁ ବାହାର କରିଥିଲେ । ସେହି ଦିନ ଥିଲା ବିଜୟାଦଶମୀ । ନବରାତ୍ର ଆରମ୍ଭ ହେବା ସହିତ ବିଭିନ୍ନ ସ୍ଥାନରେ ରାମଲୀଳା ସହିତ ରାବଣ ପୋଡ଼ି ଉସôବ ପାଳନ ହୁଏ । ଉକôଳରେ ଦଶଭୁଜା ମୃଣ୍ମୟୀ ମୂର୍ତ୍ତି ବଙ୍ଗୀୟ ମତରେ ପୂଜିତ , ଉକôଳୀୟ ମତରେ , ଦୁର୍ଗାଙ୍କର ମୂର୍ତ୍ତି ଚତୁଭୁଜା , ଅଷ୍ଠଭୂଜା ଓ ଷୋଡ଼ଶଭୂଜା ହେବା ବିଧି ଅଟେ । ପୁରୀର ଗଜପତି ରାଜା ତୃତୀୟ ଦିବ୍ୟସିଂହ ୧୮୭୬ ସାଲରେ ଚୈତ୍ରଯାତ୍ରା ବା ବାସନ୍ତୀୟ ଦୁର୍ଗାପୂଜା ଅବସରରେ ଇଂରେଜ ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ । ଏହି ଉସôବରେ ୨୫ ହଜାର ପାଇକ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ରଣହୁଙ୍କାର ଦେଇ ଚୈତ୍ରଯାତ୍ର ପାଳନ କରିଥିଲେ । ଜଣେ ସାଧୁଙ୍କ ମୃତ୍ୟୁ କାରଣରୁ ରାଜଗୁରୁ ହତ୍ୟା ଅପରାଧରେ କଳାପାଣି ପାର ଆଦେଶ ଇଂରେଜ ସରକାର ଦେଇଥିଲେ । ସେହିଦିନଠାରୁ ଉକôଳୀୟ ଦଶହରା ବା ଚୈତ୍ରଯାତ୍ରା ବନ୍ଦ ହୋଇ ଯାଇଥିଲା । କାଳକ୍ରମେ କିଛି ବଙ୍ଗୀୟ ଲୋକ ଆମୋଦ-ପ୍ରମୋଦ ନିମିତ୍ତ ଦୁର୍ଗାପୂଜା ଆରମ୍ଭ କରିଥିଲେ , ପରେ ତାହା ଉକôଳର ବହୁ ଅଚଂଳ ବ୍ୟାପିଥିଲା । ଉକôଳୀୟ ମତରେ ଦୁର୍ଗାଙ୍କର ଧ୍ୟାନର ମନ୍ତ୍ର ୯ଅକ୍ଷର , କିନ୍ତୁ ବଙ୍ଗୀୟ ବିଧିରେ ଧ୍ୟାନର ମନ୍ତ୍ର ୬ ଅକ୍ଷର । ଉକôଳୀୟ ସଂସ୍କୃତିର ପୁନରୁଦ୍ଧାର ପାଇଁ ଗବେଷକଗଣ ଅଧିକ ଗବେଷଣା କରିବା ଉଚିତ୍ । ଯାହା ଫଳରେ ଊକôଳୀୟ ସଂସ୍କୃୃତିର ସ୍ୱତନ୍ତ୍ରତାର ପୁନଃପ୍ରତିଷ୍ଠା କରାଯାଇ ପାରିବ । ଦେବୀ ଦୁର୍ଗା ଶକ୍ତିମୟୀ ,ଶକ୍ତି ବିନା ବ୍ୟକ୍ତି ତଥା ସମାଜ ର ପ୍ରଗତି ଅସମ୍ଭବ ଦୁର୍ଗତି ହାରିଣୀ “ମା’ଦୁର୍ଗାଙ୍କର ଆଶୀର୍ବାଦରେ ଦାନବୀୟ ପ୍ରବୃତ୍ତିର ବିନାଶ ଘଟି ଦେବୀ ପ୍ରବୃତ୍ତିର ବିକାଶ ଘଟୁ ।
ମୋ-୯୯୩୭୬୯୧୪୭୫.