ଏସଆଇ ପରୀକ୍ଷା କେଳେଙ୍କାରୀ : ଶଙ୍କର ଓ ମୁନା ନାଁରେ ଲୁକ ଆଉଟ

କଟକ : ପୁଲିସ ଏସଆଇ ପରୀକ୍ଷା ଘୋଟାଲାରେ ସୋମବାର ୨ ଫେରାର ଅଭିଯୁକ୍ତଙ୍କ ନାଁରେ ଲୁକ ଆଉଟ ସର୍କୁଲାର ଜାରି ହୋଇଛି । ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କ ନାଁରେ କ୍ରାଇମବ୍ରାଞ୍ଚ ଲୁକ ଆଉଟ ସର୍କୁଲାର ଜାରି କରିଛି । ଏମାନଙ୍କୁ ଧରିବା ପାଇଁ ୩ ରାଜ୍ୟରେ କ୍ରାଇମବ୍ରାଞ୍ଚ ଟିମ ଖୋଜୁଥିବାବେଳେ, ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚରା ଜାରି ରଖିଛି । ଅଭିଯୁକ୍ତଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ କରିଦେଇଛି । ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ସମେତ ଦଶ ଜଣ ଅଭିଯୁକ୍ତଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ କରିଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଶନିବାର ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଘଟଣାକୁ ନେଇ ଓପିଆରବି କୈଫୟତ ତଲବ କରିଥିଲା । ବୋଡର଼୍ ପକ୍ଷରୁ କୁହାଯାଇଥିଲାଯେ, ପୁରା ଘଟଣାରେ ଷଡଯନ୍ତ୍ର କରାଯାଇଛି । ଏଥିରେ ଥାଡର଼୍ ପାର୍ଟିର ତ୍ରୁଟି ରହିଛି । ଅନ୍ୟ ସଂସ୍ଥା ଚୁକ୍ତି ଭାଙ୍ଗିଛି । ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀଙ୍କ ବିରୋଧରେ ଏକ ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ବୋଲି ଓପିଆରବି ପକ୍ଷରୁ କୁହାଯାଇଛି । ବିଭିନ୍ନ ଏଜେନ୍ସି ଦ୍ୱାରା ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ବାଧା ଦେବା କିମ୍ବା ବିଳମ୍ବ କରାଇବା ଷଡଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟ ବୋଲି ଓପିଆରବି ପକ୍ଷରୁ ସୂଚନା ଦିଆଯାଇଛି ।