SI ପରୀକ୍ଷା କେଳେଙ୍କାରୀ : ୧୧୪ ଜଣଙ୍କୁ ମିଳିଲା ଜାମିନ
ବ୍ରହ୍ମପୁର : ଏସଆଇ ପରୀକ୍ଷା କେଳେଙ୍କାରୀରେ ଗିରଫ ୧୧୪ ଏସଆଇ ପରିକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ । ଯେଉଁ ସମୟରେ ପୁଲିସ ଥାନାକୁ ଡକା ଯିବ ସେ ସମୟରେ ଥାନାରେ ହାଜର ହେବା ସହ ନିଜର ବୟାନ ଦେବେ ବୋଲି ସୂଚନା ଦେଇଛନ୍ତି କୋର୍ଟ । ଜାମିନ ପରେ ଦଲାଲମାନଙ୍କ ସହ ସମ୍ପର୍କ ରଖିବା ପାଇଁ ବାରଣ କରାଯାଇଛି । ପରିକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି ।
ପୁଲିସ ଏସଆଇ କେଳେଙ୍କାରୀରେ ୧୨୦ ଜଣଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ଥିବାବେଳେ ୬ଜଣ ଦଲାଲ ଥିଲେ । ଆଜି ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି । ପୋଲିସ ଏସଆଇ ପରୀକ୍ଷା ଦେବାପାଇଁ ବସରେ ଯାଉଥିଲେ ବିଜୟୱାଡ଼ା । ଓଡ଼ିଶାରୁ ବିଜୟୱାଡ଼ା ଯାଉଥିବା ସମୟରେ ସୀମାନ୍ତରୁ ଧରିଥିଲା ପୁଲିସ । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ଆଉ ୯ ଜଣଙ୍କୁ ଜାମିନ ଖାରଜ କରିଛି ବ୍ରହ୍ମପୁର କୋର୍ଟ ।