SI ପରୀକ୍ଷା ମହାଘୋଟାଲା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

SI ପରୀକ୍ଷା ମହାଘୋଟାଲା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ବ୍ରହ୍ମପୁର : ଜେଲରୁ ବାହାରିଲେ SI ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ୧୧୪ ପରୀକ୍ଷାର୍ଥୀ । ଗତକାଲି କୋର୍ଟ ଜାମିନ୍‌ ପ୍ରଦାନ ପରେ ଆଜି ସମସ୍ତ ୧୧୪ ଜଣ ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି  । ଏହି SI ଆଶାୟୀ ପରୀକ୍ଷାର୍ଥୀମାନେ ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଛନ୍ତି । ଏହି ମାମଲାରେ ବ୍ରହ୍ମପୁର ପୁଲିସ୍‌ ଏବଂ କ୍ରାଇମବ୍ରାଞ୍ଚ ଦ୍ୱାରା ମୋଟ୍‌ ୧୨୩ ଜଣ ଗିରଫ ହୋଇଥିବା ବେଳେ୯ ଜଣଙ୍କୁ ଜାମିନ୍‌ ମିଳିନଥିବାରୁ ସେମାନେ ଜେଲରେ ରହିଛନ୍ତି  । ଏବେବି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଫେରାର୍‌ ଅଛି । ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିବା ବେଳେ ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତକୁ ଅପେକ୍ଷା କରାଯାଇଛି ।