ଜୁନିୟର ରେଡ୍କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ଥିତ ଜଗନ୍ନାଥପଲ୍ଲୀ ହାଇସ୍କୁଲ ଏମଭି - ୭ ଠାରେ ଜୁନିଅର ରେଡ୍କ୍ରସର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାର୍ଥନା କାଳାଂସ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଜୁନିୟର ରେଡ୍କ୍ରସ ବ୍ଲକ୍ ସଂଯୋଜକ ଦେବରାଜ ସେଠୀ, ସ୍କୁଲ କାଉନସିଲ ଅଜୟ ସ୍ୱାଇଁଙ୍କ ଏବଂ କାଉନସିଲରମାନଙ୍କ ଦ୍ୱାରା ଯୋଗ ପ୍ରାଣାୟମ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ରେଡ୍କ୍ରସ ପତାକା ଉତ୍ତୋଳନ କରିଥିଲେ । ଖଇରିପୁଟ ବ୍ଲକ ସଂଯୋଜକ ଦେବରାଜ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାଳାଂଶ ଜିଲ୍ଲା ଏମ୍ଭିଆଇ ରତି ନାରାୟଣ ବେହେରା ଓ ଜୁନିଅର ଏମ୍ଭିଆଇ ସେକ ଜମିର ସଡ଼କ ସୁରକ୍ଷା ନେଇ ଆଲୋଚନା କରିଥିବା ବେଳେ ଅଗ୍ନିଶମ ଅଧିକାରୀ କମଲ ଲୋଚନ ଗୌଡ ଛାତ୍ରଛାତ୍ରୀଙ୍କୁ ନିଆଁ ଲିଭାଇବା କୌଶଳ, ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧ ହଟାଇବା, ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବା ଆଦି ଶିଖାଇ ଥିଲେ । ବରିଷ୍ଠ ଜେଆରସି କାଉନସିଲ ଅଜୟ ସ୍ୱାଇଁ ଜେଆରସି କାଉନସିଲ ବିଷ୍ଣୁ ପ୍ରସାଦ ସୁବୁଦ୍ଧି ଏଚ୍ଆଇଭିି ଓ ଏଡସ୍ ସମ୍ପର୍କରେ କହିଥିଲେ । ଉଦ୍ୟାପନୀ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ କୃଷି ସଚିବ ଡ. ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବେ ଏପିଡି ହିମାଂଶୁ ଶେଖର ମହାରଣା ଉପସ୍ଥିତ ଥିଲେ । ଐହି ଶିବିରରେ ପ୍ରାଥମିକ ଚିକିତ୍ସା, ରକ୍ତଦାନ, ଏଡସ୍ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନ, ଅଗ୍ନି ନିର୍ବାପନ ବିଷୟରେ ତାଲିମ ଦିଆଯାଇଥିଲା । ଅଜୟ ସ୍ୱାଇଁ, ମନୋଜ ମହାପାତ୍ର, ଦୀନବନ୍ଧୁ ବେଜ୍, ବାସୁଦେବ ପଣ୍ଡା, ଜିତୁରଞ୍ଜନ ସ୍ୱାଇଁ, ଶରତ ଚନ୍ଦ୍ର ଦାଶ, ଚତୁର୍ଭୁଜ ଦାସ, ସୁକୁମାର ପଣ୍ଡା, ବସନ୍ତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନାତନ ପ୍ରଧାନ, ରଞ୍ଜନ ବେହେରା ପ୍ରମୁଖଙ୍କ ସହ ସମସ୍ତ ଜୁନିଅର ରେଡ୍କ୍ରସର ଅଣତାଲିମ ପରାମର୍ଶଦାତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।