ସମୁଦ୍ରରେ ଫସିଗଲା ୨୮ ଟ୍ରଲର

ଛତ୍ରପୁର : ଆଜି ଅପରାହ୍ନରେ ଛତ୍ରପୁର ସ୍ଥିତ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ୨୮ ଟି ଟ୍ରଲର ଫସି ଯାଇଥିଲା । ଏଥିରେ ହାରାହାରି ୨୦୦ ରୁ ଅଧିକ ଲୋକ ଥିଲେ । ତୁରନ୍ତ ଏହି ସବୁ ଟ୍ରଲର ଗୁଡିକୁ ବନ୍ଦର ବର୍ଥରେ ସୁରକ୍ଷିତ ଭାବେ ଅଣା ଯାଇଥିଲା । ଜିଲ୍ଲାପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ସେମାନଙ୍କୁ ସୁରକ୍ଷିତ ଭାବେ ବର୍ଥ ନିକଟକୁ ଅଣା ଯାଇଥିଲା । ଏହି ଟ୍ରଲର ଗୁଡିକ ବିଶାଖାପାଟଣା ଅଂଚଳ ର ବୋଲି ଜଣା ପଡିଛି । ସମ୍ଭବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ଆଗକୁ ଯାଇ ପାରି ନଥିଲେ । ଶେଷରେ ସେମାନେ ଆର୍ଯ୍ୟପଲ୍ଲୀ ନିକଟରେ ଫସି ରହିଥିଲେ । ସେମାନଙ୍କ ନିକଟକୁ କୋଷ୍ଟ ଗାର୍ଡ ଯାଇ ସେମାନଙ୍କୁ ଗୋପାଳପୁର ବର୍ଥ ଠାରେ ଲଙ୍ଗର ପକାଇଥିଲେ । ସେମାନଙ୍କୁ ଗଞ୍ଜାମ ପ୍ରଶାସନ ସମସ୍ତ ସହଯୋଗ ଦେଉଛି ।