ମା’ଶ୍ୟାମାକାଳୀଙ୍କ ପୂଜାରେ ଉତ୍ସବ ମୁଖର ନନ୍ଦିରା 

ାା ପ୍ରଭାନୁ୍ୟଜ୍ାା ତାଳଚେର:ତାଳଚେର ସ୍ଥିତ ଏମ୍ସିଏଲ୍ ନନ୍ଦିରା କଲିୟରୀ ପକ୍ଷରୁ ମା’ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳନ କରାଯାଇଛି । ନନ୍ଦିରା କାଳୀ ମଣ୍ଡପ ପଡିଆରେ ଅନୁଷ୍ଠିତ ମା’ଶ୍ୟାମାକାଳୀଙ୍କ ଏହି ଅନନ୍ୟ ପୂଜାରେ ସନ୍ଧ୍ୟାରେ  କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ମାତୃକା ପୂଜା ପ୍ରଭୃତି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମାପନ କରାଯାଇଥିଲା । ତୋରଣ ସହ ଅତ୍ୟାଧୁନିକ ଏଲ୍ଇଡି ଲାଇଟଯୁକ୍ତ ତୋରଣ ଏବଂ ଆକର୍ଷଣୀୟ  ଆଲୋକସଜ୍ଜା ଦେଖଣାହାରୀଙ୍କ ମନ ମୋହି ନେଉଛି । ପଡିଆରେ ମୀନାବଜାର, ନାନାପ୍ରକାର ଦୋଳି, ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍ ସହ ଘରକରଣା ଜିନିଷର ଷ୍ଟଲମାନ ଶୋଭା ପାଉଛି । ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୁଲିସ ତଥା ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସନ୍ଧ୍ୟାରେ ମା’ଙ୍କ ପୂଜା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଅସମାଜିକ କାର୍ଯ୍ୟକଳାପ ରୋକିବା ପାଇଁ  ପଡିଆର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଚାରିଦିନ ଧରି ଯାତ୍ରା, ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଏହି ଉତ୍ସବରେ ନନ୍ଦିରା କାଳୀ ପୂଜା କମିଟିର ସଭାପତି ବିରେନ୍ଦ୍ର ପ୍ରସାଦ, ସଂପାଦକ ଚିନ୍ମୟ ପଟ୍ଟନାୟକଙ୍କ ସହ ସମସ୍ତ ପୂଜା କମିଟି କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରୁଛନ୍ତି ।