ଆଗେଇବାର’ଲୋକାର୍ପଣ ଉତ୍ସବ

 ତାଳଚେର :  ରାଜ୍ୟ ଶିଳ୍ପନଗରୀ ଭାବେ ପ୍ରସିଦ୍ଧ ଲାଭ କରିଥିବା ତାଳଚେରରୁ ପ୍ରକାଶ ପାଇଥିବା ସାପ୍ତାହିକ ଖବର କାଗଜ ‘ଆଗେଇବା’ ଏବେ ଦୈନିକ ହେବା ପରେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ହାଟତୋଟା ସ୍ଥିତ ପ୍ରେସ୍ କ୍ଲବ ଠାରେ ଏହା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସାମ୍ବାଦିକ ଦେବୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କଂଗ୍ରେସ୍ ନେତା କେଶବ ଭୂତିଆ, ପର୍ଜଙ୍ଗ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ଆମ ପ୍ରତିଭା ଆମ ପରିଚୟର ସଭାପତି ଇଂ ରମେଶ ଚନ୍ଦ୍ର ବେହେରା ଓ ଆଗେଇବାର ପରିଚାଳନା ସମ୍ପାଦକ ଗଦାଧର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଆଗେଇବାର ସମ୍ପାଦକ ତଥା ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ କାହିଁକି ଆଗେଇବାର ପରିକଳ୍ପନା କରାଯାଇଥିଲା । ବିଶେଷକରି ସମସ୍ୟା ବହୁଳ ତାଳଚେରରୁ ଏହାର ଆରମ୍ଭ ସମ୍ପର୍କରେ ନିମନ୍ତ୍ରିତ ଅତିଥିଙ୍କୁ ବଖାଣିଥିଲେ । ଅନ୍ୟତମ ଅତିଥି ଭାବେ ସୁଶୀ ଶୋଭାଗିନୀ ଦେବୀ, ରଶ୍ମିରଞ୍ଜନ ମିଶ୍ର, ଅଧ୍ୟାପକ ସନାତନ ସାହୁ, ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଯୋଗ  ଦେଇ ନିଜର ମତାମତ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆଗେଇବାର ପ୍ରତିଷ୍ଠାତା ସ୍ୱର୍ଗତ ନିମାଣ ଚରଣ ପ୍ରଧାନଙ୍କ ଉଦେ୍ଦଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେରେ ଗଦାଧର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।