ବର୍ଦ୍ଧିତ ଦରମା ନେବେନି ନବୀନ
ବର୍ଦ୍ଧିତ ଦରମା ଓ ଭତ୍ତା ନେବେନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅର୍ଥ ଲୋକଙ୍କ ବିକାଶରେ ଲାଗୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏନେଇ ଅବଗତ କରିଛନ୍ତି ନବୀନ । ଯାହାକି ଏବେ ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି ।
ପୂର୍ବରୁ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବର୍ଦ୍ଧିତ ଦରମାକୁ ବିରୋଧ କରିଥିବାବେଳେ ବିଜେପି ବିଧାୟକ ବାବୁ ସିଂ ଏହି ଟଙ୍କା ଗରିବଙ୍କୁ ଦେଇଦେବେ ବୋଲି କହିଥିଲେ । ତେବେ ନବୀନ ବାବୁ ଏହି ଟଙ୍କା ତ୍ୟାଗ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ନବୀନ ଉଲ୍ଲେଖ କରିଛନ୍ତିଯେ, ଗତ ୨୫ ବର୍ଷ ଧରି ସେ ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ହାସଲ କରିଆସୁଛନ୍ତି । ମୋ ବାପା ବିଜୁ ପଟ୍ଟନାୟକ ଓ ମୋ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ନିକଟରେ ସେ ଋଣୀ । ୨୦୧୫ରେ ମୋ ପରିବାର ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଲୋକଙ୍କ ବ୍ୟବହାର ପାଇଁ ଦାନ କରିଦେଇଥିଲେ ।