ମହାଶିବରାତ୍ରୀରେ ମହାକୁମ୍ଭରେ ଶେଷ ସ୍ନାନ : ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କରାଯିବ

ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୧୩ ଜାନୁଆରୀରୁ  ଏପର୍ଯ୍ୟନ୍ତ ୬୨ କୋଟି ରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରିଛନ୍ତି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ବହୁସଂଖ୍ୟାରେ ଭିଡ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ  ଖୁବ୍‌ ଭଲରେ ବଜାୟ ରହିଛି। ପିଏମ ମୋଦି ମଧ୍ୟ ମହାକୁମ୍ଭରେ ସଫାସୁତୁରା କରୂଥିବା କର୍ମଚାରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଫେଇକର୍ମଚାରୀଙ୍କୁ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି ।  

ପ୍ରୟାଗରାଜ କୁମ୍ଭମେଳା ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଲା ।  ମହାଶିବରାତ୍ରୀରେ ଶେଷ ସ୍ନାନ କରିବେ ଶ୍ରଦ୍ଧାଳୁ । ତେବେ ଶେଷ ସ୍ନାନ ପାଇଁ ମହାକୁମ୍ଭରେ ଭିଡ ଆହୁରି ବଢିବାରେ ଲାଗିଛି । ଗତ ୪ ଦିନରେ ସିଏମ ଯୋଗୀ  ତିନି ଥର ପ୍ରୟାଗରାଜ ପହଞ୍ଚି ତଦାରଖ କରିସାରିଛନ୍ତି । କେବେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରୁଛନ୍ତି ଆଉ କେବେ  ଅଧିକାରୀମାନଙ୍କ ସହ ବୈଠକ କରୁଛନ୍ତି । ୟୁପି ସରକାର  ସନାତନ ଧର୍ମ ର  ଏହି ବଡ ଆୟୋଜନ ରେ ପୁରା ଶକ୍ତି ଲଗାଇଦେଇଛନ୍ତି ।