ସୁରୁଙ୍ଗୀ ପୀଠରେ ମକର ମେଳା

 ତାଳଚେର: ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ତାଳଚେର ବ୍ଲକ ସୋଲଡା ଗ୍ରାମ ନିକଟସ୍ଥ ସୁରୁଙ୍ଗୀ ଠାକୁରାଣୀ ମନ୍ଦିର ପରିସରରେ ଷଷ୍ଠ ମକରମେଳା ଓ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୁରୁଙ୍ଗୀ ବିକାଶ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରହିତ୍ୟରେ ହୃଦୟାନନ୍ଦ ଶତପଥୀ ଓ ମା’ଙ୍କ ମୁଖ୍ୟ ପୂଜକ ନେଉଳ ବେହେରା ପ୍ରମୁଖ ସୂର୍ଯ୍ୟପୂଜା, ଦଶ ମହାବିଦ୍ୟା, ଶତଚଣ୍ଡୀ ପାଠ, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶାସ୍ତ୍ରାନୁମୋଦିତ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିଥିଲେ । ଯଜ୍ଞକର୍ତ୍ତା ଭାବରେ ହୃଦୟ ଚନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ, କବିରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ, ଶେଷଦେବ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସବିତା ପ୍ରଧାନ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସୁରୁଙ୍ଗୀ ବିକାଶ ପରିଷଦ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁରୁଙ୍ଗୀ ବିକାଶ ପରିଷଦର ସଭାପତି ରାହାସ ବିହାରୀ ସାହୁ, ସମ୍ପାଦକ ଶୁଶାନ୍ତ କୁମାର ଶତପଥୀ, କୋଷାଧ୍ୟକ୍ଷ ତ୍ରିନାଥ ସାହୁ, ସହ କୋଷାଧ୍ୟକ୍ଷ ଶିବରାଜ ସାହୁଙ୍କ ସମେତ ସମସ୍ତ ସୋଲଡ଼ା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।