ଉମାଦେବୀଙ୍କୁ ମୁକ୍ତିଯୁଦ୍ଧ ସମ୍ମାନରେ ସମ୍ମାନିତ
ତାଳଚେର : ଦୀର୍ଘ ୫୪ ବର୍ଷ ପରେ ମଧ୍ୟ ଆଜି ପ୍ରମାଣିତ ହୋଇଛି । ସୈନିକ ବଳିଦାନ କେବେ ବୃଥା ଯାଇନଥାଏ । ତାହା ପୁଣି ନିଜ ମାତୃଭୂମି ପାଇଁ ହେଉ ଅବା ପଡୋଶୀ ଦେଶକୁ ଆଜାଦ୍ କରିବାରେ ଯଦି ଜଣେ ସୈନିକ ନିଜର ପ୍ରାଣର ଆହୁତି ଦେଇଥାଏ । ତେବେ ସେ ଚିର କାଳ ପାଇଁ ଆମର ସହିଦ୍ ବୋଲାଇ ଥାଏ । ସେଇଭଳି ୫୪ ବର୍ଷ ପୂର୍ବେ ୧୯୭୧ ମସିହା ରେ ପାକିସ୍ଥାନ ଠାରୁ ବାଂଲାଦେଶକୁ ଆଜାଦ୍ କରିବାକୁ ଯାଇ ଭାରତୀୟ ସେନା ର ଅନେକ ସୈନିକ ନିଜ ପ୍ରାଣର ବଳିଦାନ ଦେଇ ପଡୋଶୀ ଦେଶ ପାଇଁ ବିରଗତିକୁ ପ୍ରାପ୍ତ କରିଥିଲେ । ସେଇ ବିର ଯୋଦ୍ଧାଙ୍କ ମଧ୍ୟରୁ ଜଣେ ଆମ ତାଳଚେର ଏଇ ମାଟିର ବିର ସୁପୁତ୍ର ସହିଦ୍ ଗନର ସୁଧାକର ବେହେରାଙ୍କୁ ଆଜି ସହିଦ୍ ହେବାରେ ୫୪ ବର୍ଷ ବିତିଯାଥିଲେ ମଧ୍ୟ ବାଂଲାଦେଶ ର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ତଥା ବାଂଲାଦେଶ ସରକାର ତରଫରୁ ଭାରତ ସରକାରଙ୍କ ସହଯୋଗ କ୍ରମେ ମୁକ୍ତିଯୁଦ୍ଧ ଅର୍ନ୍ତରାଷ୍ଟ୍ରୀୟ ସମ୍ମାନ ସହିଦ୍ ସୁଧାକର ବେହେରାଙ୍କ ଧର୍ମପନôୀ ଉମାଦେବିଙ୍କୁ ବିରାଙ୍ଗିନୀଙ୍କ ପୈତୃକ ବାସଭବନ ତାଳଚେର ଜେଲ ରୋଡଠାରେ ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘର ସହଯୋଗକ୍ରମେ ସମ୍ମାନିତ କରାଯାଇଛି । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତଣାଳୟର ଦ୍ୱାରା ଯାହାକି ସହିଦ୍ଙ୍କ ୟୁନିଟର କାର୍ଯ୍ୟରତ ସୈନ୍ୟ ଅଧିକାରୀ ଗୋପାଳ କୃଷ୍ଣା ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘ ସଭାପତି ଅନିଲ୍ କୁମାର ମହାନ୍ତି, ତାଳଚେର ହବ୍ର ହବ୍ ଇଞ୍ଚାର୍ଜ୍ ଆଦିତ୍ ମହାନ୍ତି, ବିଜୟ ସାହୁ ,ଦେବେନ୍ଦ୍ର ସାହୁ ଏବଂ କଣିହାଁ ହବ୍ର ମଧୁସୁଦନ ମହାନ୍ତି ସମେନ୍ତ ୬୦ ରୁ ଉଦ୍ଧ୍ୱର୍ ପୂର୍ବତନ ସୈନିକ, ଜିଲ୍ଲା ବିଜେପି ମିଡ଼ିଆ ସେଲ୍ ସଂଯୋଜକ ପର୍ଶୁରାମ ବାରିକ୍, ସାମାଜିକ କର୍ମୀ ରଞ୍ଜିତ କୁମାର ମହାପାତ୍ର, ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ସୌଭାଗିନୀ ଦେବୀ ଓ କିଛି ବୁଦ୍ଧିଜୀବୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
