୫୮ ୟୁନିଟ୍ ରକ୍ତ ସଂଗୃହୀତ

 ତାଳଚେର:  ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଓମ୍ ରୋଡୱେଜ୍ ତାଳଚେର ପକ୍ଷରୁ ତଥା ଶ୍ରୀସତ୍ୟସାଇ ସେବା ସଙ୍ଗଠନ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ବାଇପାସ୍ ସ୍ଥିତ ସିଦ୍ଧାର୍ଥ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରେ ମୋଟ ୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମାଜସେବୀ ଶଶିଭୂଷଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଓମ୍ ରୋଡୱେଜ ସଂସ୍ଥାର ସତ୍ତ୍ୱାଧିକାରୀ ସୁଶୀଲ ନାଥ,ବାବୁଲି ନାଥ ଏବଂ ସୁଧୀର ନାଥଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ବାପି ମହାନ୍ତି, ପ୍ରଫୁଲ୍ଲ ସାହୁ, ସାମ୍ବାଦିକ ଅକ୍ଷୟ ମହାରଣା, ବିଜୟ ମହାରଣା, ସୁଲେଖ ସେଠୀ, କଳ୍ପନା ନାଥ, ପଙ୍କଜିନୀ ମହାନ୍ତି ଓ ସୁଚିତ୍ରା ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀସତ୍ୟସାଇ ସେବା ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ ଡା. ଅରବିନ୍ଦ ନନ୍ଦୀଙ୍କ ନେତୃତ୍ୱରେ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।