୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

malkanagiri news

୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଂଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ପାଇଁ ଗତକାଲି ଚଢ଼ାଉ କରି ୭୫କେଜି ଗଞ୍ଜେଇ,ପ୍ରେସ ମେସିନ ଓ ଜ୍ୟାକ ଜବତକରିବା ସହିତ ଜଣଙ୍କୁ ଗିରଫ କରି ଥିବା ଜଣା ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଂଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ପାଇଥଲେ । ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋ ଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ ପେକ୍ଟର ପ୍ରଭାତ ଗୌଡ଼ ଙ୍କ ନେତୃତ୍ୱ ରେ ହାବିଲଦାର ମିହିରି ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ପଦ୍ମନାୟକ ପ୍ରମୁଖ ପୁଲିସ ସଦଳବଳ ସେ ଜଙ୍ଗଲ ରେ ପହଁଚି ଚଡାଉ କରିଥିଲେ । ପୁଲିସ କୁ ଦେଖି ଗଞ୍ଜେଇ ଛାଡ଼ିଦେଇ ଦୌଡ଼ି ପଳାଉ ଥିବା ବେଳେ ଜଣ ଙ୍କୁ ପୁଲିସ ମାଡିବସିଥିଲା, ଅନ୍ୟ ୭ଜଣ ଘଂଚ ଜଙ୍ଗଲରେ ଲୁଚିପଳାଇ ଯାଇଥିଲେ । ଘଟଣା ସ୍ଥଳ ରୁ ୭୫ କେଜି ଗଞ୍ଜେଇ, ପ୍ରେସରମେସିନ, ଜ୍ୟାକ ମେସିନ ଜବତ କରିଛନ୍ତି, ମୁରିଆପାଲି ଗ୍ରାମର କୃଷ୍ଣ ମାଡକାମୀଙ୍କୁ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯାଇଛି ।