ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି:ମମତା

ଭୁବନେଶ୍ୱର: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ବିଜେଡି ନେତା ସୁଜିତ୍‌ କୁମାର ଶୁକ୍ରବାର ବିଜେଡି ଛାଡ଼ି ବିଜେପିରେ   ସାମିଲ ହେବା ନେଇ  ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ। ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି। ବିଜେଡିରେ ବହୁ ନେତା ଅବହେଳିତ ହୋଇ ରହୁଛନ୍ତି। ସାରା ରାଜ୍ୟରେ ଦୁର୍ନୀତି ହୋଇଛି। 

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୁଜିତ କୁମାର ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଉପସ୍ଥିତିରେ ସୁଜିତ କୁମାର ପଦ୍ମ ଧରିଛନ୍ତି । ଏହି ଅବସରରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ । 
ତେବେ ବିଜେପିରେ ମିଶିବା ପରେ ସୁଜିତ କୁମାର ବିଜେଡି ଛାଡ଼ିବାର କାରଣ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । କିନ୍ତୁ ମୁଁ ଏକଥା କହିଆସୁଥିଲେ ହେଁ କେହି ଶୁଣୁନଥିଲେ । ନେତା ନଶୁଣିବାରୁ ମୁଁ ଦଳ ଛାଡ଼ିଲି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ,  ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି ବୋଲି ସୁଜିତ କୁମାର କହିଛନ୍ତି । 

ବିଜେଡିରେ ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା ବୋଲି ସୁଜିତ କୁମାର କହିଛନ୍ତି । ସେ କହିଛନ୍ତିଯେ ପ୍ରାୟ ଦେଢ଼ ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ପାଇଁ ମୋତେ କୁହାଯାଉଥିଲା । ସମ୍ପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବା ପାଇଁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ ଓ ଚାମଚାଗିରି କରିବାକୁ କୁହାଯାଉଥିଲା । ମୁଁ ବିଦେଶରୁ ପଢ଼ି ଆସିଛି । ଏହା ମୋ ସ୍ୱାଭିମାନକୁ ବାଧିଥିଲା । କାହା ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି ସୁଜିତ କୁମାର କହିଛନ୍ତି । 
ବିଜେପିରେ ମିଶିବା ପରେ ସୁଜିତ କୁମାର ବିଜେଡି ଛାଡ଼ିବାର କାରଣ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । କିନ୍ତୁ ମୁଁ ଏକଥା କହିଆସୁଥିଲେ ହେଁ କେହି ଶୁଣୁନଥିଲେ । ନେତା ନଶୁଣିବାରୁ ମୁଁ ଦଳ ଛାଡ଼ିଲି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ,  ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି ବୋଲି ସୁଜିତ କୁମାର କହିଛନ୍ତି ।