ଅଶୋକ ଦାସଙ୍କ ୧୬ ତମ ଶ୍ରାଦ୍ଧ ଦିବସ ପାଳିତ

 ଯାଜପୁର ସଦର: ସ୍ୱାଭିମାନୀ  ନେତା ତକôାଳୀନ ଜନତା ଦଳର ସଭାପତି ଅଶୋକ ଦାସଙ୍କ ୧୬ ତମ ଶ୍ରାଦ୍ଧ ଦିବସ ଯାଜପୁର ବ୍ଳକ ଅନ୍ତର୍ଗତ ବରୁଆଁ ଛକଠାରେ ପ୍ରତାପ ଭଞ୍ଜଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ବିଜୁ ଜନତା ଦଳର ନେତା ବ୍ରଜ କିଶୋର ପାଢି, ପୂର୍ବତନ ସରପଞ୍ଚ ନନ୍ଦକିଶୋର ସାହୁଙ୍କ ସମେତ ନଟବର ବେହେରା,ମାୟାଧର ବିଶ୍ୱାଳ,ଗଣନାଥ ନାୟକ,ଭଗବାନ ଦାସ,ରମାକାନ୍ତ ନାୟକ,ବିଷ୍ଣୁ ଚରଣ ମହାପାତ୍ର, ପ୍ରବାଳ ନାୟକ,,ପ୍ରଫୁଲ୍ଲ ବିଶ୍ୱାଳ,ପ୍ରକାଶ ସାହୁ ,ସୂର୍ଯ୍ୟମଣି ଭଞ୍ଜ,ରବିନ୍ଦ୍ର ସାହୁ ପ୍ରମୁଖ ସ୍ୱର୍ଗତ ଅଶୋକ ଦାସଙ୍କ ଫଟୋଚିତ୍ର ପୁଷ୍ପାଞ୍ଜଳି ପ୍ରଦାନ କରିବାସହ ସ୍ୱର୍ଗତ ଦାସଙ୍କ ଗୁଣଗାନ କରିଥିଲେ । ସେହପରି ଭାବରେ ସିମିଳିଆ ପଞ୍ଚାୟତର ପାଟପାରି ଠାରେ ସ୍ୱର୍ଗତ ଅଶୋକ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯାଜପୁରର ବିଧାୟିକା ସୁଜାତା ସାହୁ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣ ଲତା ପରିଡ଼ା, ଯାଜପୁର ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଅଜୟ ମହାନ୍ତି, ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ମିଶ୍ର, ଜଗବନ୍ଧୁ ପଣ୍ଡା, ସରପଞ୍ଚ ଗୋଲାପ ମଳିକ, ଅନିଲ ସାହାଣୀ, ସୁଜିତ୍ ରାୟ, ଗଣେଶ ମହାକୁଡ଼ଙ୍କ ସମେତ ଶତାଧିକ ଅଶୋକ ପ୍ରେମୀ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତଃ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସ୍ୱର୍ଗତଃ ଦାସଙ୍କ ଗୁଣଗାନ କରିଥିଲେ । ଅୟୋଜିତ କାର୍ଯ୍ୟକ୍ରମରେ ଗୀତାପାଠ ଓ ଭଜନ ପରିବେଷଣ କରାଯାଇଥିଲା ।