ମୋଦିଙ୍କ ‘ମନ୍ କୀ ବାତ୍’ : ସାନ୍ତାଳି ଶାଢ଼ୀର ପ୍ରଶଂସା

 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ଓଡ଼ିଶାର ଆଦିବାସୀ ଇଲାକା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି ।  ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ ଅବସରରେ ସେ ମୟୂରଭଞ୍ଜର ସାନ୍ତାଳି ଶାଢ଼ୀକୁ ଉଚ୍ଚକୋଟିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳି ଶାଢ଼ୀର ପୁନରୁଦ୍ଧାର କରି ପାରିଛନ୍ତି । ବର୍ତ୍ତମାନ ଏହି ମହିଳାମାନେ ମାନଙ୍କ ଦ୍ୱାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ୬୫୦ ଜଣ ଆଦିବାସୀ ମହିଳା ଆଜି ଏହି ଶାଢ଼ୀ ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି  । ଏଥିସହିତ ପ୍ରଧାନମନ୍ତ୍ରୀ ପ୍ରକୃତିର ସୁରକ୍ଷା ପାଇଁ ଆମ ଦାୟିତ୍ୱ ବିଷୟରେ କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି । କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ସେ ବିଷୟରେ ପ୍ରଶଂସା କରିଥିଲେ  । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ, ସଫଳତା ଓ ନବସୃଜନ ଉପରେ ଗୁରୁତ୍ୱଦେଇ ଅନ୍ୟ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି  ।ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦେଶର ସ୍ୱଦେଶୀ ଆନେ୍ଦାଳନ, ସ୍ଥାନୀୟ ଉତ୍ପାଦ ଏବଂ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାନ୍ତାଳି ଶାଢ଼ୀ ବୁଣୁଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଉଦାହରଣ ଦେଇଛନ୍ତି । ସେହିପରି କେନ୍ଦୁଝରର କୀର୍ତ୍ତନମଣ୍ଡଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଦେଶର ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳିଥାଏ । ଏହାର ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ । କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି? ବୋଧହୁଏ, ଆପଣମାନେ ଏକଥାକୁ ବିଶ୍ୱାସ କରି ନ ପାରନ୍ତି । କିନ୍ତୁ ଓଡିଶାର କେନ୍ଦୁଝର ଜିଲ୍ଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଗୋଟିଏ ଦଳ ଅଛି । ଏହି ଦଳ ଆଜି ଭକ୍ତି ସହିତ ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି । ପ୍ରମିଳା ପ୍ରଧାନ ଏହି ପ୍ରୟାସ ଲାଗି ପ୍ରେରଣା ସାଜିଛନ୍ତି । ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦ, ନୂଆ ବାର୍ତ୍ତା ଯୋଡ଼ିଛନ୍ତି । ତାଙ୍କ ଦଳ ଗାଁ ଗାଁ ବୁଲି ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏ, ତାହା ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ଲୋକ ପରମ୍ପରା ଆଦୌ ପୁରୁଣା ନୁହେଁ, ଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାବାଦ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ବିଷୟରେ ଉଲ୍ଲେଖ କରି ଆଜି ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଥିଲେ । ଆଜି ଶୁଭାଂଶୁ ଯୁବପିଢ଼ି ତଥା ଯେଉଁମାନେ ମହାକାଶ ବିଜ୍ଞାନ ପାଠ ପଢ଼ୁଛନ୍ତି ସେମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ସେହିପରି ୟୁନେସ୍କୋ ୧୨ଟି ମରହଟ୍ଟା ଦୁର୍ଗ (୧୧ଟି  ମହାରାଷ୍ଟ୍ରରେ, ଗୋଟିଏ ତାମିଲନାଡୁରେ)କୁ ବିଶ୍ୱ ଐତିହ୍ୟ ସ୍ଥଳୀ ରୂପେ ମାନ୍ୟତା ଦେଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ । ୧୯୦୮ ମସିହା ଅଗଷ୍ଟ ୧୧ରେ ବିହାରର ମୁଜାଫରପୁରରେ ଖୁଦିରାମ ବୋଷଙ୍କ ବଳିଦାନ, ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନେ୍ଦାଳନ, ତାମିଲନାଡୁର ତାଞ୍ଜାଭୁରର ମଣିମାରନ୍ଙ୍କ ପାଣ୍ଡୁଲିପି ପଢ଼ାଇବା ନିଶା, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୪୦ରୁ ଅଧିକ ନୂଆପକ୍ଷୀ ଚିହ୍ନଟ, ଝାଡ଼ଖଣ୍ଡରୁ ମାଓବାଦୀ ମୁକ୍ତ, ବିଶ୍ୱ ପୋଲିସ୍ ଏବଂ ଅଗ୍ନିଶମ ଗେମ୍ସ, ଖେଲୋ ଭାରତ ନୀତି ୨୦୨୫, ଉତ୍ତରାଖଣ୍ଡରେ କିର୍ତିନଗରରେ ପାହାଡ଼ ଉପରେ ଆବର୍ଜନା ପରିଚାଳନା ଆଦି ପ୍ରସଙ୍ଗରେ ଦେଶବାସୀଙ୍କ ସହ ମତ ବିନିମୟ କରିଥିଲେ ।