କୁନି ଝିଅକୁ ବିକିଦେଲେ ବାପାମା'
ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କାରେ ନିଜ ଶିଶୁକନ୍ୟାକୁ ବିକ୍ରି କରିଦେଇଥିବାର ସଂଗୀନ ଅଭିଯୋଗ ଆସିଛି । ସରକାର ଝିଅଙ୍କ ପାଇଁ ବହୁ ଯୋଜନା କରିଥିଲେବି ଏଯାଏଁ ଶିଶୁକନ୍ୟାଙ୍କ ପ୍ରତି କେତେକଙ୍କ ମାନସିକତା ବଦଳି ପାରିନାହିଁ ।
ମିଳିଥିବା ସୂଚନା ଅନୁସାରେ, ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ ରଣା ଆର୍ଥିକ ଅଭାବ ଯୋଗୁଁ ନିଜ ଦ୍ୱିତୀୟ ଝିଅ କନ୍ୟାକୁ ବିକ୍ରି କରିଦେଇଛନ୍ତି । ଗତ ୧ ତାରିଖ ଦିନ ନଳ ରଣାଙ୍କ ସ୍ତ୍ରୀ ଶିଶୁକନ୍ୟା ଜନ୍ମ ଦେଇଥିଲେ । ହେଲେ ଆର୍ଥିକ ଅନାଟନ ଯୋଗୁଁ ନିଜ ଜନ୍ମ କଲା ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଛନ୍ତି । ବରଗଡ ଜିଲ୍ଲା ପାଇକମାଲର ଜଣେ ବ୍ୟକ୍ତିଙ୍କୁ ସେ ପିଲାକୁ ବିକ୍ରି କରିଥିବା କୁହାଯାଉଛି । ରାସନ୍ କାର୍ଡ଼ ତାଲିକାରୁ ନିଲ ରଣା ବାଦ ପଡ଼ିଥିବାବେଳେ ତାଙ୍କୁ ଘର ଖଣ୍ଡେ ବି ମିଳିନାହିଁ । ଏନେଇ ଅଭିଯୋଗ ହେଉଥିବାବେଳେ ସରକାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି ।