ପରାକ୍ରମ ଦିବସ ଉପଲକ୍ଷେ ବୈଠକ

ଅନୁଗୁଳ  : ଅନୁଗୁଳ ଜିଲ୍ଲା ବିଜେପିର ସାତକୋଶିଆ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଶରଧାପୁର ଶିବ ମନ୍ଦିର ନିକଟରେ ପରାକ୍ରମ ଦିବସ ଅବସରରେ ତ୍ରିରଙ୍ଗା ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ରାଧାକାନ୍ତ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର୍ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ତଥା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ସୁଦୀପ ଗଡନାୟକ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ଆଇନଜୀବୀ ପ୍ରଦୀପ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ସାତକୋଶିଆ ମଣ୍ଡଳର ଟାଇଁସିଠାରେ ଆସନ୍ତା ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିରଙ୍ଗା ଯାତ୍ରାକୁ ସଫଳ କରିବା ସହ ଅନ୍ୟାନ୍ୟ ସାଂଗଠନିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାତକୋଶିଆ ମଣ୍ଡଳର ପୁରୁଣାକୋଟ, ଟିକରପଡା, ଜଗନ୍ନାଥପୁର, ଟାଇଁସି, ଅନ୍ତୁଲିଆ, କୋଠଭୁଇଁ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ  ।