ଦଳୀୟ କାର୍ୟ୍ୟକର୍ତ୍ତାମାନଙ୍କୁ ଦେବଦୁର୍ଲଭ କହିଲେ ମନମୋହନ
ଭୁବନେଶ୍ବର: ଶପଥ ସମାରୋହ ପରେ ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏଥିରେ ସମସ୍ତ ୨୦ ବିଜେପି ସାଂସଦ ଓ ୭୮ ବିଧାୟକ ଉପସ୍ଥିତ ଅଛନ୍ତି। ଏହି କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ବିଜେପିକୁ ଭରସା କରିଥିବାରୁ ଧନ୍ୟବାଦ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟବାସୀ ଅକୁଣ୍ଠ ସମର୍ଥନ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ସାମଲ। ଦଳୀୟ କାର୍ୟ୍ୟକର୍ତ୍ତାମାନଙ୍କୁ ଦେବଦୁର୍ଲଭ କହି ସେ କୃତଜ୍ଞତା ଜଣାଇଛନ୍ତି। ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସ୍ବାଗତ କରିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ। ଏଥିରେ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଦଳୀୟ କର୍ମୀ।