ମନମୋହନ ସିଂଙ୍କ ଦେହାନ୍ତରେ କଂଗ୍ରେସର ଶୋକସଭା
ପାଳଲହଡ଼ା: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ପାଳଲହଡ଼ା କଂଗ୍ରେସ ପକ୍ଷରୁ ଶୋକସଭା ପାଳନ ହୋଇଛି । ଆଜି ସକାଳ ୧୦ଟା ସମୟରେ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ଖବର ପାଇ ପାଳଲହଡ଼ା ଜାତୀୟ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ନେଇ ମନମୋହନ ସିଂଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହି ସ୍ମୃତିସଭା ରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ, ବରିଷ୍ଠ ସାମ୍ୱାଦିକ ରଘୁନନ୍ଦନ ଆଚାର୍ଯ୍ୟ, ବରିଷ୍ଠ କର୍ମୀ ସୁରେନ୍ଦ୍ର ନାୟକ, ଯୁବକର୍ମୀ ମିହିର କୁମାର ପାଳ, ସୁମନ ନାଏକ, ରଞ୍ଜନ କୁମାର ଜିତ, ଆଲାମ କୁ୍ୟରେଶି, ବିଶ୍ୱ ଭୂଷଣ ନାଏକ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।