ମନୋଜ ହେଲେ ମୁଖ୍ୟମନ୍ତ୍ରୀଙ୍କ ପିଏସ
manoj sahoo

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହି ପଦବୀଟି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମତୂଲ୍ୟ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟଯେ, ମନୋଜ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ଗତ ଡିସେମ୍ବରରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଆସିଥିଲେ । ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜେରାମ୍ ଓ କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମୟୁଟି) କ୍ୟାଡ଼ରର । ଦିଲ୍ଲୀରେ ସେ ଡେପୁଟି ଇଲେକ୍ସନ କମିଶନର ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟ ରାଜ୍ୟ କ୍ୟାଡ଼ରର ହୋଇଥିଲେବି ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ସିଙ୍ଗାପୁର ଗ୍ରାମର ବାସିନ୍ଦା । ଓଡ଼ିଶା ଫେରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା ।
ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଅରିନ୍ଦମଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।