ଆଜି ଆକାଶରେ ଦେଖାଯିବ ସୁପରମୁନ
ଭୁବନେଶ୍ୱର : ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଆକାଶରେ ଦେଖାଯିବ ସୁପରମୁନ । ଆଜି ସନ୍ଧ୍ୟା ସମୟରେ ଆକାଶରେ ଦେଖାଯିବ ସୁପରମୁନ । ଏହା ଚଳିତ ବର୍ଷର ଦ୍ୱିତୀୟ ଓ ସବୁଠାରୁ ନିକଟତମ ସୁପରମୁନ । ଆଜି ଚନ୍ଦ୍ର ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଚମକିବ । ଏଭଳି ମହାଜାଗତିକ ଘଟଣା ଦେଖିବା ପାଇଁ ଟେଲିସ୍କପ୍ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ନାହିଁ । ଖାଲି ଆଖିରେ ଦେଖି ପାରବେ ସୁପର ମୁନ । ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତର ହେବ । ଚନ୍ଦ୍ର ସାଧାରଣ ଅପେକ୍ଷା ବଡ଼, ଉଜ୍ଜ୍ୱଳ ଏବଂ ଅଧିକ ଉଜ୍ଜ୍ୱଳ ଦେଖାଯିବ ।