ଅଷ୍ଟପ୍ରହର ନାମଯଜ୍ଞ

କୁଆଖିଆ, : ରସୁଲପୁର ବ୍ଲକର ଚଣ୍ଡିପୁର ଗ୍ରାମରେ ତ୍ରୀଦିବସୀୟ ଅଷ୍ଟପ୍ରହର ନାମଯଜ୍ଞ ସପ୍ସକିର୍ତନ ସମାପିତ ହୋଇଯାଇଛି । ଚଳିତ ଇଂରାଜୀ ୨୬ତାରିଖ ବୁଧବାର ପବିତ୍ର ଜାଗର ପ୍ରତ୍ୟୁଷରୁ ଶୁଭାଧିବାସ ହୋଇ୨୭ତାରିଖ ଗୁରୁବାର ନାମଯଜ୍ଞ ସଂକିର୍ତନ କରାଯାଇଥିଲା । ଏଥିରେ ବିଭିନ୍ନ ଅଂଚଳରୁ ୨୦ରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ଦଳ ଭାଗ ନେଇ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିଥିଲେ । ଏହି ଉସôବରେ ଧର୍ମଶାଳା  ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ବିଭୂକୃପା ଲାଭ କରିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ । ୨୮ତାରିଖ ଶୁକ୍ରବାର ଚୈତନ୍ୟ ମହାପ୍ରଭୁଙ୍କ ନଗର ଭ୍ରମଣ କରାଯାଇ ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ହୋଇଥିଲା । ଏହାକୁ ପୂର୍ବତନ ସରପଂଚ ରବି ମଲିକ୍, ପୁରସ୍ତମ ମଲିକ୍, ଆଦିକନ୍ଦ ମଲିକ୍ ପ୍ରମୁଖ ମୁରବି ଓ ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ ।