ରାସ୍ତା କଡ଼କୁ ଖସିଲା ଟ୍ରକ

 କାଳିଆପାଣି : ସୋମବାର ଟମକା-ମଙ୍ଗଳପୁର ମୁଖ୍ୟ ସଡ଼କ ଉପରେ ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା  ଘଟିଛି । କାଳିଆପାଣିରୁ ଟମକା ଅଭିମୁଖେ ଯାଉଥିବା ୨ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକ ସାରୁଆବିଲି ଗ୍ରାମ ନିକଟରେ ଷ୍ଟିଅରିଙ୍ଗ ଫେଲ ହେବାରୁ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରେ ଯାଇ ରାସ୍ତା କଡରେ ଥିବା ଏକ ବିରାଟକାୟ ଗଛ ଉପରେ ବାଡେଇ ହୋଇ ଅଟକି ରହିଥିଲା । ଅନ୍ୟଏକ ଟ୍ରକ ଇମ୍ଫା ଫାଟକ ସମ୍ମୁଖରେ ରାସ୍ତା ତଳକୁ ଖସି ଯାଇଥିବାର ଦେଖିବାକୁ ମିଳିଛି । ଉଭୟ ଦୁର୍ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନି ।