ମାଟ୍ରିିିିିକ ଓ +୨ ପରୀକ୍ଷା ଫଳ ସମୀକ୍ଷା ବୈଠକ
କେନ୍ଦୁଝର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କେନ୍ଦୁଝର ମଣ୍ଡଳସ୍ତରୀୟ ମାଟ୍ରିିିିିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳର ସମୀକ୍ଷା ବୈଠକ ନରଣପୁର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ୨୦୨୫ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳର ସମୀକ୍ଷା ଏହି ବୈଠକରେ କରାଯାଇଥିଲା । ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଆର୍ଡିସି କାର୍ଯ୍ୟାଳୟର ବିଭାଗୀୟ ଉପ ନିଦେ୍ର୍ଦଶକ ପରୀକ୍ଷିତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ସହ ଗୁଣାତ୍ମକ ପରୀକ୍ଷା ଫଳ କରିବା ପାଇଁ ପ୍ରଧାନ ଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ କେନ୍ଦୁଝର ଜୋନର ଶିକ୍ଷାମଣ୍ଡଳାଧିଶ ସଞ୍ଚିତା ବେହେରା ଯୋଗ ଦେଇ ପରୀକ୍ଷା ଫଳ ସମୀକ୍ଷା କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜିଲା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ଧଳ ଏବଂ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତ ସାମନ୍ତ ସିଂହାର ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବିଭାଗର ବିଦ୍ୟାଳୟ ଗୁଡିକରେ ବହୁ ଆଭ୍ୟନ୍ତରୀଣ ଅଂଚଳରୁ ଆଦିବାସୀ ଓ ଅନୁନ୍ନତ ବର୍ଗର ଛାତ୍ରଛାତ୍ରୀମାନେ ପଢୁଥିବାବେଳେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ଶିକ୍ଷାଦାନ କରୁଥିଲେ ମଧ୍ୟ ପରୀକ୍ଷା ଫଳ ସନ୍ତୋଷଜନକ ହୋଇପାରୁଛି । ତଥାପି ପରୀକ୍ଷା ଫଳର ଗୁଣାତ୍ମକ ବୃଦ୍ଧି ନିମନ୍ତେ ସେମାନଙ୍କ ସହକର୍ମୀମାନଙ୍କୁ ନେଇ ପ୍ରଧାନ ଶିକ୍ଷକମାନେ କାମ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ଆଇଚ, ରାଇଡିହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ, ନରଣପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅପରିମିତା ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।