ମେୟରଙ୍କ ପରିମଳ ବ୍ୟବସ୍ଥାର ସମୀକ୍ଷା
ାା ପ୍ରଭାନୁ୍ୟଜ ।ା କଟକ: କଟକ ମହାନଗର ନିଗମ ମେୟର ସୁବାସ ସିଂହ ଅଚାନକ ୱାର୍ଡ଼ ନମ୍ବର ୧୨ ରେ ପହଞ୍ଚô ସ୍ଥାନୀୟ ଅଞ୍ଚଳର ପରିମଳ, ସଫେଇ ଓ ଡ୍ରେନ ସ୍ଥିତିର ସମୀକ୍ଷା କରିଥିଲେ । ଏହାଛଡ଼ା ଡ୍ରେନ ଉପରେ ପଡ଼ିଥିବା ସ୍ଲାବର ସ୍ଥିତି ପରଖିବା ସହିତ ସ୍ଲାବ ଗୁଡ଼ିକ ମଧ୍ୟରେ ଗ୍ୟାପ୍ ରହିଥିବା ଦେଖି ମେୟର ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ଏହାର ପ୍ରତିକାର ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ସହ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ପଚାରି ବୁଝିଥିଲେ ଏବଂ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଦୀପାଞ୍ଜଳୀ ସିଂହ, ସିଏମସି ଅଧିକାରୀ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।