ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ସାଂସଦ
ାା ପ୍ରଭାନୁ୍ୟଜ ।ା ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଦୁର୍ଗମ ଅଞ୍ଚଳରେ ଦୁର୍ବିପାକ ମଧ୍ୟରେ ବସବାସ କରୁଥିବା ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ପରିବାର ବର୍ଗଙ୍କୁ ଦୀପାବଳି ଦିନ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତିନିଧି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ପାଣି ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ପୁରୁଣାକୋଟ ପଞ୍ଚାୟତର ଛୋଟକେଇ ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ସତ୍ୟ ଧଳ (୫୫)ଙ୍କର ପରିବାର ବର୍ଗଙ୍କୁ ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ ବିଜେପି ନେତୃତ୍ୱଙ୍କ ସହ ମିଶି ତାଙ୍କ ବାସଭବନରେ ପହଞ୍ଚô ସମବେଦନା ଜଣାଇଛନ୍ତି । ଧାନ କ୍ଷେତ ଜଗିବା ପାଇଁ ଗଛ ଉପରେ ମଞ୍ଚରେ ଥିବାବେଳେ ହାତୀ ମଞ୍ଚରୁ ଆଣି ସତ୍ୟ ଧଳଙ୍କୁ ଦଳି ମାରି ଦେଇଥିଲା । ସାଂସଦଙ୍କ ସହ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା, ପୁରୁଣା କୋଟ ଓ ପମ୍ପାସର ରେଞ୍ଜର ତଥା ବନବିଭାଗର ସମସ୍ତ ଅଧିକାରୀ ମୃତବ୍ୟକ୍ତିଙ୍କ ଘରେ ପହଞ୍ଚôଥିଲେ । ଢେଙ୍କାନାଳ ସାଂସଦ ଶ୍ରୀ ପାଣି ତାଙ୍କ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥôକ ସାହାର୍ଯ୍ୟ ସହ ବିଜେପି ପକ୍ଷରୁ ଲୁଗା ପଟା ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ସରକାରଙ୍କ ତରଫରୁ ୬୦୦୦୦ ଟଙ୍କା ଦିଆଯାଇଥିବାବେଳେ ୫୪୦୦୦୦ ଟଙ୍କା ଖୁବ୍ଶୀଘ୍ର ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ଘୋଷଣା ପତ୍ର ସାଂସଦ ତାଙ୍କର ପୁତ୍ର ଶରତ ଧଳଙ୍କୁ ପ୍ରଦାନ କରିଥିଲେ । ମୃତ ବ୍ୟକ୍ତିଙ୍କ ବିଧବା ପନôୀଙ୍କୁ ନିକଟସ୍ଥ ଇକୋ ଟୁରିଜିିମ ସେଣ୍ଟରରେ ଅନୁକମ୍ପା ମୂଳକ ନିଯୁକ୍ତି ଦିଆଯିବ ବୋଲି ଡ଼ିଏଫଓ ଶ୍ରୀ ପଣ୍ଡା କହିଥିଲେ । ଏହି ଅବସରରେ ବିଜେପି ସାତକୋଶିଆ ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ବିଶ୍ୱଜିତ ମିଶ୍ର, କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି ଆଡଭୋକେଟ ପ୍ରଦୀପ ପ୍ରଧାନ, ଝୁନୁବାଳା ପ୍ରଧାନ, ପ୍ରଭାତ ମିଶ୍ର, ସତ୍ୟ ଖିଲାର, ବନମାଳୀ ଧଳ,ଦୀପକ ଦାସ, ବିରେନ ଦାସ, ଅରବିନ୍ଦ ଦାସ, ଲିଟନ ସାହୁ, ବିକ୍ରମ ବେହେରାଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ବନବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।