ଅବସରପ୍ରାପ୍ତ ଅଧ୍ୟାପକଙ୍କ ବିୟୋଗରେ ଶୋକସଭା

 ତାଳଚେର: ତାଳଚେର ବ୍ଲକ ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଓଡିଆ ବିଭାଗର ମୁଖ୍ୟ ଡ. ନିରଞ୍ଜନ ପଣ୍ଡା(୬୭)ଙ୍କର ତାଙ୍କ ଭୁବନେଶ୍ୱର ବାସଭବନରେ ପରଲୋକ ହୋଇଯାଇଛି  । ସେ ଜଣେ ଛାତ୍ରବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ଅଧ୍ୟାପକ ଭାବରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ପରଲୋକରେ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନିର ଅଧ୍ୟକ୍ଷ ଡ.ବଳଭଦ୍ର ଜେନା ଏବଂ ଯୁକ୍ତ ଦୁଇର ବରିଷ୍ଠ ଅଧ୍ୟାପିକା  ଲୁସି ମହାନ୍ତି ମିଳିତ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।