ସାଇଲୋରେ ନିଯୁକ୍ତି ଦାବି ନେଇ ଧାରଣା

ାା ପ୍ରଭାନୁ୍ୟଜ ।ା ତାଳଚେର: ଭୁବନେଶ୍ୱରୀ ସାଇଲୋରେ ନିଯୁକ୍ତି ଦାବି ନେଇ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲଣ୍ଡା ଗ୍ରାମବାସୀଙ୍କ ଧାରଣା ୪ର୍ଥ ଦିନରେ ପହଞ୍ଚôଛି । ଗ୍ରାମର ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ବେକାର ଯୁବକମାନେ ଗତ ୨୯ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଚାଲୁ ରଖିଥିବାବେଳେ ଏମ୍ସିଏଲ୍ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଧାରଣାସ୍ଥଳକୁ ଆସିନାହାନ୍ତି କି କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି । ଯାହାଫଳରେ ଧାରଣାରତ ବେକାର ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱରୀ ସାଇଲୋ ପାଇଁ ବଲଣ୍ଡା ଗ୍ରାମର ୮୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି । ଯେହେତୁ ଗ୍ରାମର ଜମି ଅଧିଗ୍ରହଣ ହୋଇଛି, ସେହି ଅନୁସାରେ ଅଗ୍ରାଧିକାର ଭିତ୍ତିରେ ସାଇଲୋରେ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବାର ନିୟମ ରହିଛି । ସୂଚନାଯୋଗ୍ୟ, ଏମ୍ସିଏଲ୍ର ତାଳଚେର କ୍ଷେତ୍ର ୧୦୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ୨୦୨୪-୨୫ରେ ଲକ୍ଷ୍ୟ ରଖିଥିବାବେଳେ ଏହି ଗ୍ରାମ ପ୍ରଥମ ପୋଖରୀଆ ଖଦାନ ଭାବେ ସାଉଥ୍ବଲଣ୍ଡା ଖଦାନ କରି ୬୬୨ ଏକର ଜମି ୧୯୬୨ ମସିହାରେ, ଜଗନ୍ନାଥ ପୋଖରିଆ ଖଦାନ ନିମିତ ୨୩୮ ଏକର ସିବିଏ ଅନୁଯାୟୀ ହସ୍ତାନ୍ତର କରିଥିବାବେଳେ ୧୯୮୫ ମସିହାରେ ୨୩୭ ଏକର ଜମି ଓ ଘରବାରି ଜଗନ୍ନାଥ ପୋଖରିଆ ଖଦାନ ନିମିତ୍ତ ଏଲ୍ ଏଣ୍ଡ ଆର ଅନ୍ତର୍ଗତରେ ହସ୍ତାନ୍ତର କରାଯାଇଥିଲା । ଏତଦ୍ ବ୍ୟତୀତ ୩୩ ଏକର ଅନନ୍ତ ପୋଖରିଆ ଖଦାନ ତଥା ୨୨ ଏକର ଭରତପୁର ପୋଖଣିଆ ଖଦାନ ନିମନ୍ତେ ଜମି ପ୍ରଦାନ କରିଥିଲେ ମଧ୍ୟ ଏହାର କ୍ଷତିପୂରଣ ନିମନ୍ତେ କୌଣସି ନିଯୁକ୍ତି କିମ୍ବା ଆର୍ଥôକ ସହାୟତା ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । ନିର୍ମାଣଧିନ ସାଇଲୋ ଶେଷ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇନାହିଁ । କୋଇଲାଖଣି ନିମିତ ହସ୍ତାନ୍ତର କରିଥିବା ସ୍ଥାନରେ ଆଜି ପର୍ଯ୍ୟନ୍ତ ୬ ଗୋଟି ରେଲୱେ ସାଇଡିଂ ଏବଂ ୨୦ରୁ ଊଦ୍ଧ୍ୱର୍ କୋଇଲା ପରିବହନ ସଂସ୍ଥା ଓ ଅନେକ ସିକୁ୍ୟରିଟି ସଂସ୍ଥା କଂଟ୍ରାକ୍ଟର ମାଧ୍ୟମରେ କାର୍ଯ୍ୟ ଚାଲୁ ରହିଥିବାବେଳେ ଗ୍ରାମର ଜଣେ ହେଲେ ବେକାର ଯୁବକଙ୍କୁ ପରୋକ୍ଷ ଭାବରେ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ । ଏମ୍ସିଏଲ୍ କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଧାରଣରତ ବେକାର ଯୁବକମାନେ ପ୍ରକାଶ କରିଛନ୍ତି । ଆଜିର ଏହି ଧାରଣାରେ ବଲଣ୍ଡା ଗ୍ରାମର ସଭାପତି ପ୍ରମୋଦ ବେହେରା, ତ୍ରିପୁର ଦେହୁରୀ, ବିକାଶ ଦେହୁରୀ, ଦିନେଶ ନାଏକ, ବାବୁ ଦାସ, କାଳନ୍ଦି ବିଶ୍ୱାଳ, ବିଜୟ ନାଏକ, ସୁଶାନ୍ତ ନାଏକ, ଚିତରଂଜନ ବେହେରା, ବିହାରୀ ନାଏକ, ବିନୋଦ ଲାଲ୍ଙ୍କ ସମେତ ଶତାଧିକ କ୍ଷତିଗ୍ରସ୍ତ ଜମିହରା ବେକାର ଯୁବକ ଉପସ୍ଥିତ ରହିଥିଲେ ।