ଡିଏଭିରେ ପୁସ୍ତକ ମେଳା
ତାଳଚେର : ଡିଏଭି ଜଗନ୍ନାଥ କ୍ଷେତ୍ରରେ ପୁସ୍ତକ ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅଶୋକ କୁମାର ଧଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ମେଳାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କୁ ଯୋଗଦେବା ନିମନ୍ତେ ସୁଯୋଗ ଦିଆଯାଇଥିଲା । ପିଲାମାନଙ୍କର ଜ୍ଞାନର ବୃଦ୍ଧି ନିମନ୍ତେ ସମସ୍ତ ବିଭାଗରୁ ହଜାର ହଜାର ପୁସ୍ତକ ଏଠାରେ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀ ତଥା ସେମାନଙ୍କର ଅବିଭାବକ ଏହି ପ୍ରଦର୍ଶନୀକୁ ବୁଲି ମନପସନ୍ଦର ପୁସ୍ତକ ଗୁଡିକୁ କ୍ରୟ କରିବା ସହିତ ଭରପୁର ଆନନ୍ଦ ଉପଭୋଗ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ପିଲାମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି ନିମନ୍ତେ ପୁସ୍ତକ ମେଳାର ଆୟୋଜନ କରି ସେମାନଙ୍କୁ ସୁଯୋଗ ଦେଇଥିବାରୁ ଅବିଭାବକମାନେ ଭୂୟସୀ ପ୍ରଶଂସା କରିଥିଲେ । କୁନିକୁନି ପିଲାମାନଙ୍କ ନିମନ୍ତେ ରଙ୍ଗବେରଙ୍ଗର ଶିକ୍ଷଣୀୟ ପୁସ୍ତକ,ବିଜ୍ଞାନ ଓ ଗଣିତର ବିଭିନ୍ନ ବିଭାଗର ପୁସ୍ତକ, ମନୋରଞ୍ଜନ ଧର୍ମୀ ପ୍ରବନ୍ଧ ଓ କବିତା ପୁସ୍ତକ ପିଲାମାନଙ୍କର ଆବଶ୍ୟକ ସମୟରେ ମିଳୁନଥିବା ବେଳେ ଏଭଳି ପୁସ୍ତକ ମେଳାର ଆୟୋଜନ ବିଦ୍ୟାଳୟ ସ୍ତରରେ ଆବଶ୍ୟକ ବୋଲି ଅଧ୍ୟକ୍ଷା ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଗ୍ରନ୍ଥଗାରିକ ସତ୍ୟଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରଦର୍ଶନୀ ସୁଚାରୁ ରୂପେ ସମାପନ ହୋଇଥିଲା ।