ସାମଲ ପ୍ରାଇମ୍ ଅଟୋମୋଟିଭସ୍ ଉଦ୍ଘାଟିତ
ଢେଙ୍କାନାଳ: ଦେଶର ପ୍ରମୁଖ ଯାନ ନିର୍ମାତା ହିନ୍ଦୁଜା ଗ୍ରୁପର ଫ୍ଲାଗସିପ କମ୍ପାନୀ ଅଶୋକ ଲେଲାଣ୍ଡର ଢେଙ୍କାନାଳର ପ୍ରମୁଖ ଡିଲର୍ ସାମଲ ପ୍ରାଇମ୍ ଅଟୋମୋଟିଭସ୍ ପ୍ରାଇଭେଟ୍ ଲିମିଟେଡର ଉଦ୍ଘାଟନ ସମାରୋହ ଢେଙ୍କାନାଳ ସହର ଉପକଣ୍ଠରେ ୫୫ ନଂ ଜାତୀୟ ରାଜପଥ କଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଶୋକ ଲେଲାଣ୍ଡର ଜାତୀୟ ସେଲ ମୁଖ୍ୟ ମାଧବୀ ଦେଶମୁଖ ଉଦଘାଟନ କରିଥିଲେ । ଏହି ନୂଆ ଡିଲରସିପ ଆଉଟଲେଟ ସହ ଏହା କମ୍ପାନୀର ଓଡ଼ିଶାରେ ୫୦ ତମ ଅଟେ । ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ନୂଆ ସୋ ରୁମରେ ଟିପ୍ପର, ଆଇସିଭି ଟ୍ରକ, ଟ୍ରକ, ସ୍କୁଲ ଓ ଷ୍ଟାଫ ପରିବହନ ବସ, ହାଇଲେଜ ଆଦି ଗାଡିର ବିକ୍ରି ଓ ସର୍ଭିସ ସେବା ରହିଛି ବୋଲି ଶ୍ରୀମତୀ ଦେଶମୁଖ କହିଥିଲେ । କମ୍ପାନୀର ନେଟ୍ୱାର୍କ ମୁଖ୍ୟ ଅଜୟ ଆରୋରା, ଜୋନାଲ ମୁଖ୍ୟ ବିକାଶ ଝା, ପୂର୍ବାଞ୍ଚଳ ଜୋନାଲ୍ ସର୍ଭିସ୍ ମ୍ୟାନେଜର୍ ସଞ୍ଜୟ ଦେ ଓ ପୂର୍ବାଞ୍ଚଳ ଜୋନାଲ୍ ପାର୍ଟସ ମ୍ୟାନେଜର୍ ଅଜୟ ନେରକର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ତାଳଚେର, ଅନୁଗୁଳ ଏବଂ ଢେଙ୍କାନାଳର ବସ୍ ଓ ଟ୍ରକ୍ ଆସୋସିଏସନର କର୍ମକର୍ତ୍ତା, ମାଲିକ, ଠିକାଦାର, ଲଜିଷ୍ଟିକ୍ ଅପରେଟର୍ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତି ଥିଲେ । ଉଦ୍ଘାଟନୀ ଦିବସରେ ୪୦ଟି ଅଶୋକ ଲେଲାଣ୍ଡ୍ ବାଣିଜି୍ୟକ ଯାନ ବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଏବଂ ନୂତନ ଗାଡ଼ି କିଣିଥିବା ମାଲିକମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୁଧୀର କୁମାର ସାମଲ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞ୍ୟତା ଜଣାଇଥିଲେ ।