ଶ୍ରୀକ୍ଷେତ୍ର ଅଭିମୁଖେ ଫଳଭାର
କାକଟପୁର : ସୁବାସିତ ଜଳରେ ଗାଧୋଇବା ପରେ ଶ୍ରୀଜିଉ ଅସୁସ୍ଥ ହୋଇପଡିଛନ୍ତି । ଅଣସର ପିଣ୍ଡିରେ ଚାଲିଛି ତାଙ୍କର ଚିକିସôା । ସାଆନ୍ତେ ଏବେ ଜ୍ୱରରେ, ଖାଇବାକୁ କିଛି ରୁଚୁନି । ସେଥିପାଇଁ ପରମ୍ପରା ଅନୁସାରେ କାକଟପୁରରୁ ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ପୁରୀ ଜିଲ୍ଲା କାକଟପୁରର ମହର୍ଷି ବିଶ୍ୱାମିତ୍ର ଆଶ୍ରମରୁ ୩୫ ପ୍ରକାରର ସ୍ୱାଦିଷ୍ଟ ଫଳ ପୁରୀ ଯାଉଛି । ଫଳଭାର ଆଶ୍ରମରୁ ଯିବାବେଳେ ଭଜନ କୀର୍ତ୍ତନରେ କମ୍ପିଥିଲା ଆଶ୍ରମ ପରିସର । ଏବେ ଅଣସର ପିଣ୍ଡିରେ ଶ୍ରୀ ବିଗ୍ରହ ମାନଙ୍କର ଚାଲିଛି ଗୁପ୍ତ ସେବା । ଏହି ସମୟରେ ଶ୍ରୀମନ୍ଦିର ରେ ମହାପ୍ରସାଦ ସେବା ବନ୍ଦ ରହିଛି । ମହାପ୍ରଭୁଙ୍କ ନିକଟରେ ଏବେ ବିଭିନ୍ନ ପ୍ରକାର ଫଳମୂଳ ଲାଗି କରାଯାଉଛି । ଏଥିପାଇଁ କାକଟପୁରର ପ୍ରାଚୀତଟ ରେ ରହିଥିବା ବିଶ୍ୱାମିତ୍ର ଆଶ୍ରମ ପକ୍ଷରୁ ଭକ୍ତ ମାନେ ସେମାନଙ୍କ ବାଡିରେ ରହିଥିବା ପଣସ, ନଡିଆ, ଆମ୍ବ, ପିଜୁଳି, ସପୁରି, ଖଜୁରୀ ସହିତ ପଦ୍ମ ଫୁଲ ଏବଂ ତୁଳସୀ କାକଟପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଅଣସର ଫଳ ଭାର ଯାଉଛି ।