ଦକ୍ଷତା ବିକାଶ କମିଟି ବୈଠକ
ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନଙ୍କ ସମେତ ସିଡିଏଓ, ଡିଏସ୍ଡବ୍ଲୁଓ, ସିଡିଭିଓ, ଡିଏଫଓ, ଡିଆଇପିଆର୍ଓ, ଓରମାସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଆଇଟିଆଇ ଏବଂ ପୋଲିଟେକ୍ନିକ୍ ଅଧ୍ୟକ୍ଷ, ଟ୍ରେନିଂ ପ୍ରଦାନକାରୀ ସଂସ୍ଥା ଗାୟତ୍ରୀ ଏଜୁକେସନ ଆଣ୍ଡ ଚାରିଟେବୁଲ, ଓରିକ୍ସ ସଂସ୍ଥା ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ ବୈଠକ ୨୦୨୪-୨୫ ଆର୍ଥôକ ବର୍ଷରେ ନିଆଯାଇଥିବା ବିଭିନ୍ନ ନିଯୁକ୍ତି ସମ୍ବନ୍ଧୀୟ ପଦକ୍ଷେପ, ତାଲିମ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ତ୍ତମାନ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ଯୁବକଯୁବତୀ ଯେଭଳି ନିଯୁକ୍ତି ସଂସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟ କରିବେ, ଜିଲ୍ଲାରୁ ଅଧିକରୁ ଅଧିକ କର୍ମ ସଂସ୍ଥାନ ପାଇବେ, ସେଥିପାଇଁ ଆବଶ୍ୟକ ତାଲିମ ଦେବାକୁ ଓ ଯୁବକଯୁବତୀମାନଙ୍କୁ ପ୍ରୋତ୍ସାହନମୂଳକ ପରାମର୍ଶ ଓ କାଉନସେଲିଂ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ପିପିଟି ମାଧ୍ୟମରେ ନାନୋ ୟୁନିକୋର୍ନଆସେସ୍ମେଣ୍ଟ, ପିଏଲ୍ଟିପି, ପିଏମ ଇଣ୍ଟନସିପ୍, ନୂଆ ଓଡ଼ିଶା, ଜାପାନରେ ନର୍ସିଂ ନିଯୁକ୍ତି, ୱାଲ୍ଡ ସ୍କିଲ ସେଣ୍ଟର୍ରେ ତାଲିମ, ଜବ୍ ଡ୍ରାଇଭ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ । ନଭେମ୍ବର ୨୦୨୪ରୁ ଫେବୃଆରୀ ୨୦୨୫ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଦ୍ୱାରା ୧୬୧ ଜଣ ନିଯୁକ୍ତି ପାଇଥିବା ଗୃହରେ ସୂଚନା ଦିଆଯାଇଥିଲା । ଆସନ୍ତା ୧୯.୩.୨୦୨୫ ତାରିଖ ଦିନ ସ୍ଥାନୀୟ ଆର୍ସିଡି ହାଇସ୍କୁଲ୍ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ଏବଂ ଏଥିରେ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥା ମେଡିପ୍ଲସ, ଜି୪ସିକୁ୍ୟରିଟ, ମୁଥୁଟ ଫାଇନାନ୍ସ, ଶ୍ରୀରାମ ଫାଇନାନ୍ସ, ଉକôର୍ଷ ଫାଇନାନ୍ସ, ସୁରକ୍ଷା ସ୍ୱାସ୍ଥ୍ୟବୀମା ଏମଆର୍ଏଲ ଜୁଏଲ ଏବଂ ଅନ୍ୟାନ୍ୟ ଘରୋଇ ସଂସ୍ଥା ଯୋଗ ଦେବେ । ସିଡିଓ ଜିଲ୍ଲା ପରିଷଦ ବିରଞ୍ଚô ନାରାୟଣ ଦରୱାନ ଜିଲ୍ଲାରୁ ପଞ୍ଚାୟତସ୍ତରରୁ ଯେଭଳି ଅଧିକରୁ ଅଧିକ ଯୁବକ ଯୁବତୀ ତାଲିମ ପାଇ ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥାରେ କର୍ମ ସଂସ୍ଥାନ ପାଇପାରିବେ ।