ନିଖୋଜ ନାବାଳିକା ଉଦ୍ଧାର 

 ନିଆଳି ଥାନା ଅଧିନ ଦେବୀକନ୍ଦଳ ଦୀପାଞ୍ଚଳ ଏରଞ୍ଚ ପଞ୍ଚାୟତର ଜଣେ ନାବାଳିକା ୨୦୧୫ରେ ନିଖୋଜ ହୋଇଯାଇଥିଲେ । ଏ ନେଇ ନାବାଳିକାର ମା ନିଆଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନିଆଳି ଥାନା ପୋଲିସ ୧୪୨/୨୦୧୫ ରେ ମାମଲା ରୁଜୁ କରିଥିଲା । ଆଇଆଇସି ବିଜୟ କୁମାର ମଲ୍ଲିକ୍ ଏକ ଟିମ ଗଠନ କରି ସବ୍ଇନ୍ସପେକ୍ଟର ଜଗନ୍ନାଥ ପାଣିଗ୍ରାହୀ ଦୁଇ ଜଣ ମହିଳା କନେଷ୍ଟବଲ ଶହ ଗତ ତିନି ତାରିଖରେ ନାବାଳିକାକୁ ଦିଲ୍ଲୀରୁ ଉଦ୍ଧାର କରିଥିଲେ । ନାବାଳିକା ଜଣ ବିବାହିତ ଓ ତାର ଗୋଟେ ଝିଅ ଟିଏ ରହିଛି । ଉକ୍ତ ନାବାଳିକାଟିକୁ ନିଆଳି ଥାନା ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।