ମଦ ଜବତ, ଅଭିଯୁକ୍ତ ଗିରଫ
ନବରଙ୍ଗପୁର : ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିଦେ୍ର୍ଦଶକ୍ରମେ ଅବକାରୀ ନିରୀକ୍ଷକ ଦିଲ୍ଲିପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଓ ଅବକାରୀ ବିଭାଗୀୟ କର୍ମଚାରୀମାନଙ୍କ ସହ ନବରଙ୍ଗପୁର ଥାନା ଅନ୍ତର୍ଗତ ପୁରୁଣା ପାଣି ଗୁଡ଼ା ଆଦିବାସୀ ସାହିରେ ଚଢାଉ କରି ଜଣେ ପୁରୁଷ ଆସାମୀ ପୀତବାସ ପାଇକଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି । ଆସାମୀକୁ ଏସଡିଜେଏମ୍ଙ୍କ ଅଦାଲତରେ ହାଜର କରାଯାଇଥିଲା । ଭାଇଡ଼ ପି ଆର ନଂ ୭୧/୨୦୨୫/୨୬ ଅଫ ଇନ୍ସପେକ୍ଟର ଅଫ ଏକ୍ସସାଇଜ ନବରଙ୍ଗପୁର ରେଞ୍ଜରେ ମକଦ୍ଦମା ରୁଜୁ କରାଯାଇଥିବା ଅବକାରୀ ନିରୀକ୍ଷକ ଶ୍ରୀ ରଥ ସୂଚନା ଦେଇଛନ୍ତି । ଏହି ଚଢାଉରେ ରିସମା ସୁନା, ଅକ୍ରମ ଖାନ ଓ ଆକାଶ ଶବର ସହଯୋଗ କରିଥିଲେ ।