ଦୁର୍ଘଟଣାରେ ଯୁବକ ମୃତ
ରାଜନଗର : ରାଜନଗର ବ୍ଲକ ବନ୍ଧପଡା ପଚାଂୟତ ସନ୍ଥପଡା ଗ୍ରାମର ଶୁଶୀଳ ପାତ୍ରଙ୍କ ଗାଡି ଦୁର୍ଘଟଣାରେ ମୃତୁ୍ୟ ହୋଇଯାଇଛି । ମୃତକଙ୍କ ପିତା ସଚିକାନ୍ତ ପାତ୍ର ରାଜନଗର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, କୁରୁଂଟି ଛକ(ଜେନା ମାର୍କେଟ କମ୍ପ୍ଲେକ୍ସ) ନିକଟରେ ତାଙ୍କ ପୁଅ ଶୁଶୀଳ ଗତକାଲି ରାତି ୧୦.୩୦ ସମୟରେ ଟ୍ରାକ୍ଟର ସଜାଡୁଥିଲା । ସେହି ସମୟରେ ପଛପଟୁ ଏକ ବାଇକ୍ ଧକ୍କା ଦେଇ ପଳାଇ ଯାଇଥିଲା । ଘଟଣାସ୍ଥଳରେ ତାଙ୍କ ପୁଅର ମୃତୁ୍ୟ ହୋଇଯାଇଛି । ପୋଲିସ ଅଭିଯୋଗ ପାଇବା ପରେ ୧୫୪/୨୫ରେ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ତାଙ୍କ ବିୟୋଗରେ ରାଜନଗର ଜୟଦୂର୍ଗା ବଣିକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଦୁଇ ଘଟାଂ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।