ବ୍ଲକ ଗଠନ ପାଇଁ ପ୍ରସ୍ତୁତି ବୈଠକ
ପାପଡାହାଣ୍ଡି: ମୈଦଲପୁରକୁ ନୂତନ ବ୍ଲକ ଗଠନ କରିବା ପାଇଁ ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀଙ୍କ ଅଧକ୍ଷ୍ୟତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ରେ ବାର୍ଲି, ମାଝୀଗୁଡା, ସେମଳା, ଚନ୍ଦ୍ରପୁର, ନୂଆକୋଟ, କଣ୍ଟାମାଳ, ଗାଦବାକତରା, ମୈଦଲପୁର ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ଅଞ୍ଚଳର ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନୂତନ ବ୍ଲକ ଗଠନ ପାଇଁ ପରାମର୍ଶ ଦେଇଥିଲେ । ଅସ୍ଥାୟୀ ଆବାହକ କମିଟି ଗଠନ କରାଯିବା ସହ ଆସନ୍ତା ରବିବାର ଆଉ ଏକ ବୈଠକ ରଖାଯିବ ବୋଲି ସ୍ଥିର କରାଗଲା । ଏହି ବୈଠକରେ ଚୈତନ ମିର୍ଗାନ, ଅରୁଣ ବାହୁକ, ଗୋବିନ୍ଦ ସିଂ ନିଗି, ତପନ ପଣ୍ଡା, ଘାସି ହରିଜନ, ଏକାମ୍ବର ବିଶୋଇ, ବନିତା ପଟନାୟକ, ଦୀପ୍ତ ରଞ୍ଜନ ଲେଙ୍କା, ସନ୍ତୋଷ ପାଣିଗ୍ରାହୀଙ୍କ ସହ ବହୁତ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ ।